କୋଟିଆ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ

କୋରାପୁଟ(ବାସ୍ତବବ୍ୟୁରୋ): କୋରାପୁଟ ଜିଲ୍ଲା ଏକ ପ୍ରକୁତିକ ଜିଲ୍ଲା ଅଟେ।ଏଠାରେ ସହର କୁ ଛାଡି ଅନ୍ୟ ଅଞ୍ଚଳ ରେ ଆଦିବାସୀ ମାନେ ବସବାସ କରୁଥିବା ର ନଜିର ରହିଛି l ଏହି କୋରାପୁଟ ଜିଲ୍ଲାର କୋଟିଆ ଏକ ସିମାନ୍ତବର୍ତ୍ତୀ ଅଂଚଳ,ଏହି ଅଂଚଳ ଟି ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ। ନିକଟବର୍ତ୍ତୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବେଳେବେଳେ ଏହି ସ୍ଥାନ କୁ ନିଜର ଅଞ୍ଚଳ ପାଇଁ ମଧ୍ୟ ଦାବି କରିଥାଏ।ଏହି କୋଟିଆ ରେ ବସବାସ କରୁଥିବା ଲୋକେ ଶବର ସମ୍ପ୍ରଦାୟ ର ଅଟନ୍ତି ।ଏହି ସ୍ଥାନ ଠୁ ସହର ପ୍ରାୟ ୩୦ କିଲୋମିଟର,ଗମନାଗମନ ଅସୁବିଧା ପାଇଁ ଏମାନଙ୍କୁ ସମସ୍ତ ପ୍ରକାର ଜିନିଷ ସଠିକ ଢଙ୍ଗ ରେ ମିଳି ନ ଥାଏ l କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏହି ଅଂଚଳ ରେ ପହଂଚି ଥିଲେ।

ଅଂଚଳ ବାସୀ ଙ୍କ ପାଇଁ ବସ୍ତ୍ର ବ୍ୟବସ୍ତା କରିଥିଲେ ।ଏହାକୁ ନେବା ପାଇଁ ବୟସ୍କ ବୃଦ୍ଧା ଓ ପିଲାମାନଙ୍କର ଭିଡ଼ ପ୍ରବଳ ଥିଲା ।ବୁଢା ଲୋକ ମାନେ ଅତି ଆଦର ସହକାରେ ବସ୍ତ୍ର ନିଜ ପରିବାର ପାଇଁ ସଂଗ୍ରହ କରୁଥିଲେ । କିଛି ବୁଢ଼ୀ ମା କର୍ମକର୍ତା ଙ୍କୁ ଆଶୀର୍ବାଦ ବି କରି ଯାଉଥଲେ । ଏହି କାର୍ଯ୍ୟକ୍ରମ ରେ କର୍ମକର୍ତା ଙ୍କ ବାର୍ତ୍ତା ଥିଲା – ଆମ କର୍ମ, ଆମ ପରିଚୟ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, କଟକ ଜିଲ୍ଲା ପ୍ରତିନିଧି ମକର ବେହେରା, ସାମାଜିକ ଗଣ ମାଧ୍ୟମ ପ୍ରତିନିଧି ଗୌରାଙ୍ଗ ନାୟକ, ଅଭୟ ବେହେରା, ତପନ ସେନାପତି, ଦେବେନ୍ଦ୍ର ନାୟକ, ବିକାଶ ପାତ୍ର ଓ ଦିଲ୍ଲୀପ କୁମାର ନାଥ ସାମିଲ ଥିଲେ l

ସେୟାର କରନ୍ତୁ

Next Post

ନର୍ଲା ରେ JMFCକୋର୍ଟ ଖୋଲିବା କଥା ଭୁଲିଗଲେଲ କି ନୂଆ ସରକାର ?

Sat Dec 20 , 2025
ନର୍ଲା,୨୦/୧୨(ସନ୍ତୋଷ ପାତ୍ର): ପୂର୍ବତନ ବିଜେଡି ସରକାର ଙ୍କ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ବ୍ଳକ୍ ରେ JMFC କୋର୍ଟ ସ୍ଥାପନ କରିବା ପାଇଁ ଘୋଷଣା କରାଯାଇଥିଲା।ତନ୍ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ନର୍ଲା,କର୍ଲାମୁଣ୍ଡା , ଗୋଲାମୁଣ୍ଡା, କଲମପୁର ଭଳି ବ୍ଳକ୍ ମାନଙ୍କରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଗରିବ ନିରିହ ଲୋକେ କିପରି ଭାବରେ ନ୍ୟାୟିକ ବ୍ୟବସ୍ଥା ପାଇପାରିବେ ସେ ଦୃଷ୍ଟି କୋଣରୁ ନର୍ଲା ବାର୍ ଆସୋସିଏସନ୍ ପୂର୍ବତନ ସଭାପତି କୁବେର […]

You May Like

Pin It on Pinterest