ଭିବି ଜୀ ରାମ ଜୀ ପ୍ରତ୍ୟାହାର ପାଇଁ ଆହ୍ଵାନ…

କେନ୍ଦ୍ରାପଡ଼ା(ବାସ୍ତବ କଥା):ନିଯୁକ୍ତି, ଦରବୃଦ୍ଧି, ଆର୍ଥିକ ପରିଚାଳନା, ଆଭ୍ୟନ୍ତରୀଣ ସୁରକ୍ଷା, ବୈଦେଶିକ ନୀତି ଆଦି ସମସ୍ତ କ୍ଷେତ୍ରରେ ଅସଫଳ ହୋଇଥିବା ଏଗାର ବର୍ଷର କେନ୍ଦ୍ର ସରକାର ନିଜର ବିଫଳତା ଲୁଚାଇବା ପାଇଁ ଗ୍ରାମୀଣ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସୃଷ୍ଟି କରିଥିବା ମନରେଗା ଭଳି ଐତିହାସିକ ଆଇନର ନାମ ପରିବର୍ତ୍ତନ କରି ତାହାକୁ ଭିବି ଜୀ ରାମ ଜୀ କରିବା ପାଇଁ ସଂସଦରେ ବିଲ୍ ପାସ୍ କରିବାକୁ ବାମପନ୍ଥୀ ଦଳ ମାନଙ୍କର ମିଳିତ ବୈଠକରେ ଦୃଢ଼ ନିନ୍ଦା କରାଯାଇଛି।

ସିପିଆଇ ରାଜ୍ୟ ନେତା ରମଣୀ ରଞ୍ଜନ ରାଉତରାୟଙ୍କ ସଭାପତିତ୍ବରେ ପବ୍ଲିକ ରିଡିଙ୍ଗ୍ ରୁମ୍ ପରିସରରେ ଅନୁଷ୍ଠିତ ଆଜିର ମିଳିତ ବୈଠକରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଆଦିକନ୍ଦ ରାଉଳ, ନରୋତ୍ତମ ପାର୍ଥସାରଥୀ, ଶ୍ରମିକ ନେତା ଜଗଜ୍ଜୀବନ ଦାଶ, ସିପିଆଇ (ଏମ୍ ଏଲ୍) ନେତା ପ୍ରକାଶ ମଲିକ, ନାରୀ ନେତ୍ରୀ ସଂଯୁକ୍ତା ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏହି ଆଇନ ଗ୍ରାମୀଣ ବିକାଶ କ୍ଷେତ୍ରରୁ ନିଜକୁ ଦାୟିତ୍ୱ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିବାରୁ ଓ ନାମ ପରିବର୍ତ୍ତନ କରି ସରକାର ରାଷ୍ଟ୍ରପିତା ଗାନ୍ଧିଜୀଙ୍କ ପ୍ରତି ଅବମାନନା କରୁଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଆହ୍ଵାନ ଜଣାଇଥିଲେ।

ଅନ୍ୟଥା ଆସନ୍ତା ୨୨ ତାରିଖ ସୋମବାର ଦିନ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସେୟାର କରନ୍ତୁ

Next Post

ଭିଜଲାନ୍ସ୍ ପନ୍ଝାରେ ବିଞ୍ଝାରପୁର ଅତିରିକ୍ତ ତହସିଲଦାର....

Sat Dec 20 , 2025
ଜାଜପୁର/ବିଂଝାରପୁର(ବାସ୍ତବ କଥା):ସରକାରୀ ଜମି ମାପଚୁପ ରେ ହେରାଫେରୀ କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ଅତିରିକ୍ତ ତହସିଲଦାର,୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିବାକୁ ନେଇ ବିଞ୍ଝାରପୁରରେ ଚର୍ଚ୍ଚା ଲାଗି ରହିଛି । ସୁଚନା ଅନୁସାର ବିଞ୍ଝାରପୁରର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ସେଠୀ (ଭାରପ୍ରାପ୍ତ ତହସିଲଦାର ଭାବରେ କାର୍ଯ୍ୟକରୁଥିଲେ) ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସି ଥିଲା।ବିଞ୍ଝାରପୁର ବ୍ଲକର ଫତେପୁର […]

You May Like

Pin It on Pinterest