
ଜାଜପୁର/ବିଂଝାରପୁର(ବାସ୍ତବ କଥା):ସରକାରୀ ଜମି ମାପଚୁପ ରେ ହେରାଫେରୀ କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ଅତିରିକ୍ତ ତହସିଲଦାର,୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିବାକୁ ନେଇ ବିଞ୍ଝାରପୁରରେ ଚର୍ଚ୍ଚା ଲାଗି ରହିଛି ।
ସୁଚନା ଅନୁସାର ବିଞ୍ଝାରପୁରର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ସେଠୀ (ଭାରପ୍ରାପ୍ତ ତହସିଲଦାର ଭାବରେ କାର୍ଯ୍ୟକରୁଥିଲେ) ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସି ଥିଲା।ବିଞ୍ଝାରପୁର ବ୍ଲକର ଫତେପୁର ପଞ୍ଚାୟଚ ଅନ୍ତର୍ଗତ ମନେଇ ବାଲିଘାଟକୁ ନେଇ ବିବାଦ ଲାଗି ରହିଛି ।ଅତୀତ ଦିନରେ ଏଠାରେ ବୋମାମାଡ ଓ ହତ୍ୟାତାଣ୍ଡ ଭଳି ମାମଲା ଘଟିଥିଲା।ତେବେ ନଦୀରୁ ବାଲି ଗାଡି ଯାତାୟାତ କରିବା ରାସ୍ତାକୁ ନେଇ ସମସ୍ୟା ଲାଗି ରହିଥିଲା।
ତେବେ ସରକାରୀ ଜମି ଚିହ୍ନଟ ପାଇଁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସୂଚନା ଯୋଗ୍ୟ ଯେ ନଦୀପଠୀରେ ଥିବା ନଦୀ ସଂଲଗ୍ନ ଜମିକୁ ଜନୈକ ବ୍ୟକ୍ତିଙ୍କ ଠାରୁ ଲିଜ୍ ସୂତ୍ରରେ ଜମିନେଇ ନିରଞ୍ଜନ ମଲିକ ସେଠାରେ ଚାଷବାସ କରିଥାଏ | ସରକାରୀ ମାପଚୂପ ବେଳେ ନିରଞ୍ଜନ ଲିଜ୍ ନେଇଥିବା ଜମି ର ମୁଖ୍ୟ ଜାଗା ଚୀଲିଯାଉଥିବାକୁ ନେଇ ନିରଞ୍ଜନ ଘଟଣାରେ ତହସିଲଦାରଙ୍କ ଫେବର ପାଇବା ପାଇଁ ଯୋଗାଯୋଗ କରିଥିଲା।ମାପଚୁପରେ ହେରାଫେରୀ କରିବା ପାଇଁ ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ସେଠୀ ୩୦ହଜାର ଟଙ୍କା ଦାବୀ କରିଥିଲେ। ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ସେଠୀଙ୍କୁ ଟଙ୍କା ଦେବାକୁ କଥାଦେଇ ନିରଞ୍ଜନ ମଲିକ ଯାଜପୁର ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ନିରଞ୍ଜନ ମଲିକଙ୍କ ଠାରୁ ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ସେଠୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ।
ଘଟଣା ସ୍ଥଳରୁ ଶ୍ରୀ ସେଠୀଙ୍କୁ ଗିରଫ କରିବାସହ ତାଙ୍କ ବାସଭବନରୁ ୨ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ପ୍ରକାଶ ବିଂଝାରପୁର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମନେଇ ବାଲିଘାଟ ରାସ୍ତା ସେଠାରୁ ଶ୍ରୀ ସେଠୀଙ୍କୁ ଗିରଫକରି ଅଲାରପୁର ସ୍ଥିତ ତାଙ୍କ ବସଭବନାକୁ ନେଇଥିଲେ। ସେଠାରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଭିଜିଲାନ୍ସ ଟିମ ନଗଦ ୨ ଲକ୍ଷ ଟଙ୍କା ଜବତ କରିଥିଲା। ପରେ ଶ୍ରୀ ସେଠୀଙ୍କୁ କଟକ ନେଇଯାଇଥିବା ବେଳେ ଯାଜପୁର ଭିଜିଲାନ୍ସର ଡ଼ିଏସପି ସୁଶୀଲ ଏକ୍କାଙ୍କ ସମେତ କଟକ ଭିଜିଲାନ୍ସର ଅନ୍ୟମାନେ ଉପସ୍ଥିତ ଥିଲେ।


