
କଟକ(ସଂଜୟ ଶତପଥୀ):କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା (ଉପରଗଡ, ଗରପଡ଼ା, ପାଇକସାହି) ,ପଣସ ପାଟଣା ଗ୍ରାମ ଏବଂ ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା ଏବଂ District Mobile Unit ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା।
ଉକ୍ତ ଚଡାଉରେ ସର୍ବମୋଟ ୧୯୨୫ ଲିଟର ଦେଶୀ ମଦ ସହ ୧୪୪୨୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି।
ଏହି ଚଡାଉ ରେ ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷ୍ୟକ ଆଠଗଡ,ଅକ୍ଷୟ କମାର ଜେନା ଅବକାରୀ ଉପ ନିରୀକ୍ଷକ,D.M.U
ଆଠଗଡ ଅବକାରୀ ଥାନା, ବାଙ୍କୀ ଅବକାରୀ ଥାନା ଅଫିସର
ଏବଂ ସମସ୍ତ ଅବକାରୀ ସହକର୍ମୀ ଉପସ୍ଥିତ ଥିବାର ସୁଚନା ମିଳିଛି।



