
ବରଗଡ଼(ବାସ୍ତବବ୍ୟୁରୋ): ବରଗଡ଼ ଜିଲ୍ଲା ସଂକୀର୍ତ୍ତନ୍ୟ ପରିଷଦ ଆନୁକୁଲ୍ୟରେ ଜାନୁୟାରୀ ୧୫ ରେ ଭୁବନେଶ୍ୱରଠାରେ ରାଜ୍ୟ ସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ତଥା ସଂକୀର୍ତ୍ତନ୍ୟ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏଥିପାଇଁ ପରିଷଦର ଅଧ୍ୟକ୍ଷ ପ୍ରମୋଦ ଦାଶ ,ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକ,ସଂକୁର୍ତ୍ତନ୍ୟ ପରିଷଦର ମୁଖ୍ୟ ଉପଦେଷ୍ଠା ବଜରଙ୍ଗ ଅଗ୍ରୱାଲ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ସାଂସଦ ପ୍ରଦୀପ ପୁରୋହିତ,ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ,ବିଜେପୁର ବିଧାୟକ ସନତ ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ ,ସଙ୍ଗୀତ ନାଟକ ଏକାଡେମୀ ସଚିବ ଡଃ ହରିଶ୍ଚନ୍ଦ୍ର ହୋତା ପ୍ରମୁଖଙ୍କୁ ପୃଥକ୍ ଭାବେ ଭେଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଥିବା ନେଇ ଜିଲ୍ଲା ସଂକୀର୍ତ୍ତନ୍ୟ ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
——–×××——–



