ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର…

ବିଜେପୁର(ସବିତା ସାହୁ):ବିଜେପୁର ବ୍ଲକ ଅଫିସ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ୮୮ ଜଣଙ୍କୁ ବିଭିନ୍ନ ସାମଗ୍ରୀ,୫୫ ଜଣଙ୍କୁ ବସପାସ୍ ୩୭ ଜଣଙ୍କୁ ଡିଆରଆଇ ଲୋନ,୭୯ ଜଣଙ୍କୁ ଶ୍ରବଣ ବାଧିତ,୪୭ ଜଣ ମାନସିକବାଧିତ,୩୯ ଜଣ ଦୃଷ୍ଟିହୀନ, ଚଳନ ଭିନ୍ନକ୍ଷମଙ୍କୁ ତାଲିକାଭୁକ୍ତ କରିବା ସହିତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ୯୫ ଜଣ ରୋଗୀଙ୍କୁ ଔଷଧ ପ୍ରଦାନ କରାଯାଇଥିଲା।

ବ୍ଲକର ବିଭିନ୍ନ ଗ୍ରାମରୁ ୫୭୦ ଜଣ ଭିନ୍ନକ୍ଷମ ହିତାଧିକାରୀ ଶିବିରକୁ ଆସିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ବି. ଡି. ଓ ସରୋଜ ବିଶ୍ୱାଳ, ବିଏସଏସଓ ରାମକୃଷ୍ଣ ବିଶ୍ୱାଳ, ଯୋଖିପାଲି ସରପଞ୍ଚ ସବିତା ସାହୁ, ଏବିଡ଼ିଓ ଉମାରାଣୀ ଝାଙ୍କର, ଜିପିଡିଓ ରଞ୍ଜୁ ମାଝୀ ପ୍ରମୁଖଙ୍କ ଉପସ୍ଥିତିରେ ଶିବିର ଉଦଘାଟିତ ହୋଇଥିଲା। ବ୍ଲକ ଅନ୍ତର୍ଗତ ବିଭିନ୍ନ କର୍ମଚାରୀମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ବିଜେପି ର କୃଷି ମାରଣା ନୀତି କୁ ବିଜେଡି ର ବିରୋଧ

Fri Dec 26 , 2025
ପାଟଣାଗଡ(ଜଗ ଦିଶ ଭୋଇ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କୁମାର ମେହେର ଙ୍କ ନେତୃତ୍ଵରେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ଠାରୁ ବାଇକ ରାଲି ରେ ବାହାରି ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ବେଳେ ପିସି ସରକାର ବୋଲି ସ୍ଲୋଗାନ ଦେଇଥିଲେ। ଉପଜିଲ୍ଲାପାଳ ଅନୁପସ୍ଥିତ […]

You May Like

Pin It on Pinterest