
ପାଟଣାଗଡ(ଜଗ ଦିଶ ଭୋଇ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କୁମାର ମେହେର ଙ୍କ ନେତୃତ୍ଵରେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ଠାରୁ ବାଇକ ରାଲି ରେ ବାହାରି ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ବେଳେ ପିସି ସରକାର ବୋଲି ସ୍ଲୋଗାନ ଦେଇଥିଲେ।
ଉପଜିଲ୍ଲାପାଳ ଅନୁପସ୍ଥିତ ରେ ସହକାରୀ ଜିଲ୍ଲାପାଳ ଶରତ ଚନ୍ଦ୍ର ସାହୁଙ୍କୁ ଏକ ସମ୍ମିଳିତ ଦାବୀ ପତ୍ର ପ୍ରଦାନ କରିଥିଲେ। ଧାନ ର କଟନୀ ଛଟନି ଟୋକନ ଆଦି ଚାରି ଦଫା ଦାବି ମହା ମହିମା ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଯଦି ଡିସେମ୍ବର ଶେଷ ସୁଦ୍ଧା ଚାଷୀଙ୍କ ଧାନ ବିକ୍ରି ନ ହୁଏ ତାହେଲେ ଆଗାମୀ ଦିନ ରେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ପରେ ପାଟଣାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୨୯ତମ ପ୍ରତିଷ୍ଠା ଦୀବସ ପାଳିତ ହୋଇଯାଇଛି। ପ୍ରଥମେ ପାଟଣେଶ୍ୱରୀ ସମଲେଶ୍ୱରୀଙ୍କ ଓ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦୀବସ ରେ ଧୁମ୍ ଧାମରେ ପାଳିତ ହୋଇଯାଇଛି।
ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀ ମେହେରଙ୍କ ଅଧ୍ୟକ୍ଷତା ରେ ବୈଠକରେ ବିଜୁ ଜନତା ଦଳର ହଜାର ହଜାର କର୍ମ କର୍ତ୍ତା ଯୋଗ ଦେଇଥିଲେ। ପରେ ଖପ୍ରାଖୋଲ ବ୍ଲକର ଓଡ଼ିଆପାଳି ପଞ୍ଚାୟତ ର ଦଶଜଣ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ମଞ୍ଚକୁ ଇନ୍ଦୁଭୂଷଣ ଠାକୁର ପରିଚାଳନା କରିଥିବ।ବେଳେ ପାଟଣାଗଡ଼ ବ୍ଳକ ଚେୟାରମ୍ୟାନ ନୀଳକାନ୍ତ ବାଗ, ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ , ପ୍ରଦୀପ ପୁରୋହିତ, ସମିତି ସଂଘ ସଭାପତି ଗୋବିନ୍ଦ ମେହେର,ସମେତ ସମସ୍ତ ଏନଏ ସି କାଉନସିଲର ଉପସ୍ଥିତ ଥିଲେ ବେଲପଡା ବ୍ଲକସଭାପତି କୁମୁଦ ମହାକୁଡ, ସମେତ ବେଲପଡ଼ା ବ୍ଲକ ର ପଞ୍ଚାୟତ ସ୍ତରୀୟ ଠାରୁ ବ୍ଲକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଓ ଖପ୍ରାଖୋଲ ବ୍ଳକ ହିମାଞ୍ଚଳ ପଧାନ,ରମେଶ ପଧାନ ପ୍ରମୁଖ ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।



