ଚଳଚଞ୍ଚଳ ରଥଖଳା…

ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାରଙ୍କ ରଥ ନିର୍ମାଣ ପାଇଁ ଗ୍ରୀନ ସିଗ୍ନାଲ୍ ମିଳିବା ପରେ ଦ୍ୱିତୀୟ ଦିନରେ ଚଳଚଞ୍ଚଳ ରଥଖଳା । ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥଖଳାରେ ସବୁ ନିୟମକୁ ପାଳନ କରି ରଥ କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ । ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ରଥଖଳାରେ ସାମାଜିକ ଦୂରତାକୁ ପାଳନ କରି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । ରଥ ଖଳା ନିକଟରେ ଲୋକଙ୍କ ସମାବେଶ ଯେପରି ନହେବ ସେଥିପାଇଁ ରଥଖଳାରୁ ୨୦୦ ମିଟର ପର୍ଯ୍ୟନ୍ତ ନିଷେଧାଂଚଳ କରାଯାଇଛି ।

ବିଶ୍ୱକର୍ମା ଏବଂ ଭୋଇ ସର୍ଦ୍ଦାରଙ୍କ ମୁଖ୍ୟ ଲକ୍ଷ୍ୟ ହେଲା ରଥ ନିର୍ମାଣ କାମକୁ ଶୀଘ୍ର ଶେଷ କରିବା ।ଶ୍ରୀମନ୍ଦିର ପ୍ରଶାସନ ଅଫିସ ସମ୍ମୁଖରେ ଥିବା ଦୋଳବେଦି କୋଣ ସାହି, ଦୋଳ ମଣ୍ଡପ ସାହି ରାସ୍ତାକୁ ମଧ୍ୟ ସିଲ କରାଯାଇଛି । ସେପଟେ ରଥକାମ ସହ ଏଥିରେ ନିୟୋଜିତ ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସକାଳେ ଓ ସନ୍ଧ୍ୟାରେ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେମାନେ ଯେପରି କାହା ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ଭକ୍ତ ନିବାସରେ ୧୫୦ ବିଶ୍ୱକର୍ମା ସେବାୟତଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ରଥଖଳା ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Sun May 10 , 2020
୧- ଓଡ଼ିଶାରେ covid-19 ଆକ୍ରାନ୍ତ ଙ୍କ ସଂଖ୍ୟା ୩୫୦ ଟପିଲା । ଆଜି ଓଡିଶା ରେ ନୂଆ ୫୮ଜଣ covid-19 ରୋଗୀ ଚିହ୍ନଟ। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ଟପିଲା । ଆଜି ମଧ୍ୟ ଗଞ୍ଜାମ ରେ ଜଣେ ରୋଗୀଙ୍କର ମୃତ୍ୟୁ। ମୋଟ ମୃତ୍ୟୁ ସଂଖ୍ୟା ୩ ରେ ପହଁଚିଲା। ଏହା ମଧ୍ୟରେ ଅନୁଗୁଳ ଛୁଇଁଲା କରୋନା । ଏହି ରୋଗୀ ମାନଙ୍କ ମଧ୍ୟରୁ ୧୩ ଜଣ […]

You May Like

Pin It on Pinterest