କେନ୍ଦ୍ରାପଡ଼ା ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ

କେନ୍ଦ୍ରାପଡ଼ା(ଜୟନ୍ତ ଶତପଥି):କେନ୍ଦ୍ରାପଡ଼ା ଜିଲ୍ଲାର ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି। ଜିଲ୍ଲାର ୫ଟି ଥାନାର ଆଇଆଇସିଙ୍କୁ ବଦଳି କରିଛନ୍ତି ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ। କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ସଦର ଥାନାର ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କୁ ଟାଉନ୍ ଥାନାକୁ ବଦଳି କରାଯାଇଛି। ସେହିପରି ନିକିରାଇ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ସଦର ଥାନାକୁ ବଦଳି କରାଯାଇଛି। ତାଳଚୁଆ ସାମୁଦ୍ରିକ ଥାନାର ଆଇଆଇସି ବିମଳ କୁମାର ମଲ୍ଲିକଙ୍କୁ ନିକିରାଇ ଥାନାକୁ ବଦଳି ହୋଇଥିବା ବେଳେ କେନ୍ଦ୍ରାପଡ଼ା ପୁଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନାଙ୍କୁ ତାଳଚୁଆ ସାମୁଦ୍ରିକ ଥାନାକୁ ବଦଳି କରାଯାଇଛି।

ସେୟାର କରନ୍ତୁ

Next Post

ବୃନ୍ଦାବନ ଜେନାଙ୍କ ସ୍ମୃତିରେ ଭାବପୂର୍ଣ୍ଣ ସଙ୍ଗୀତ ଆସର "ମନପକ୍ଷୀ ଝୁରେ"

Mon Jan 19 , 2026
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଓଡ଼ିଶାର ଯଶସ୍ୱୀ ଗୀତିକାର, ଦକ୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସାହିତ୍ୟିକ ସ୍ୱର୍ଗତ ବୃନ୍ଦାବନ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଓ ସଙ୍ଗୀତ ଆସର “ମନପକ୍ଷୀ ଝୁରେ” ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରର ନୂତନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।​ଏହି ଗରିମାମୟ ସଭାରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ ସାହିତ୍ୟିକ, […]

You May Like

Pin It on Pinterest