PUCC ସେଣ୍ଟର ନାଁରେ ଫେକ୍‌ ସେଣ୍ଟର, ୭୨ ଜଣଙ୍କ ଉପରେ ଆକ୍ସନ….

୭୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ
ସଂପୃକ୍ତ ସେଣ୍ଟର ଆଉ ନିଜ ଆଇଡିରୁ ଲଗ୍‌ ଇନ୍ କରିପାରିବେ ନାହିଁ।
ଅପରାଧିକ ମାମଲା ରୁଜୁ ସହ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ
ଏଭଳି ସେଣ୍ଟର ଉପରେ ନଜର ରଖିବାକୁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ।
ସୂଚନା ଦେଲେ ଅତିରିକ୍ତ ପରିବହନ କମିଶନର ଦୀପ୍ତିରଞ୍ଜନ ପାତ୍ର ।
ପ୍ରାୟ ୯୦ ଲକ୍ଷ ଗାଡ଼ିର ହେବ PUC ସାର୍ଟିଫିକେଟ
ଏଯାବତ୍ ହୋଇଛି ୪୪ ଲକ୍ଷ ଗାଡ଼ିର ସାର୍ଟିଫିକେଟ

ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର): ପ୍ରଦୁଷଣ ମୁକ୍ତ ଓଡ଼ିଶାର ସ୍ବପ୍ନ ଦେଖିଥିବା ସରକାରଙ୍କ, ପରିବହନ ବିଭାଗର ପ୍ରଥମ ନଜର ଗାଡ଼ି ମାଲିକଙ୍କ ଉପରେ ପଡିଥିଲା।ନିର୍ଦ୍ଦେଶନାମା ଜାରି ପରେ ସବୁ କାମକୁ ପଛରେ ପକାଇ, ପ୍ରଦୂଷଣ ପ୍ରମାଣ ପତ୍ର ଯୋଗାଡ଼ କରିବାରେ ଲାଗିଛନ୍ତି ଗାଡି ମାଲିକ । ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଲାଗୁଛି ଲମ୍ବା ଲାଇନ୍,ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି।ଆଉ ଯଦି କୌଣସି ଜରିମାନା ଥିଲେ କେତେ ହନ୍ତସନ୍ତ ହେବାକୁ ପଡୁଛି ନକହିବା ଭଲ।ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ ।

କିଛି ଟଙ୍କା ଦେଲେ ବିନା ଯାଂଚରେ ମିଳିଯାଉଛି ପ୍ରଦୂଷଣ ପ୍ରମାଣ ପତ୍ର। ମାତ୍ର ଦୁଇ ମିନିଟରେ ନିଅନ୍ତୁ ପିୟୁସିସି। ଘରେ ଗାଡି ଥିଲେ ବି ବିନା ଯାଞ୍ଚରେ ପ୍ରମାଣପତ୍ର ଦେଉଛନ୍ତି ଏହି ଦଲାଲ । ଏ ହେଉଛି ସେହି ଦଲାଲ ମାନଙ୍କର ଚିଠା। ସାଧାରଣ ପିୟୁସିସି ପାଇଁ ୩୦ଟଙ୍କା ।ଚାଲଣ ଥିଲେ ୧୦୦। ମୋତେ ଯୋଗାଯୋଗ କରନ୍ତୁ, ଆଉ ସୁବିଧାରେ ପ୍ରଦୂଷଣ ପ୍ରମାଣପତ୍ର ପାଆନ୍ତୁ । ଏହିଭଳି କିଛି ମେସେଜକୁ ନେଇ ଆରମ୍ଭ ହୋଇଛି ଘଣ୍ଟା ଚକଟା । ଯେଉଁ ନମ୍ବରରୁ ମେସେଜ ଆସୁଛି, ସେମାନେ ଅତି ସହଜରେ ସାର୍ଟିଫିକେଟ୍ ଦେଉଛନ୍ତି । ପରିବହନ ବିଭାଗର ସ୍ବୀକୃତି ପ୍ରାପ୍ତ ପ୍ରଦୂଷଣ ଯାଞ୍ଚ ସେଣ୍ଟର ମାନେ ହିଁ ଏହି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି । ଯାହାକୁ ନେଇ ସାଇବର ଥାନା ଏହି ଦଲାଲଙ୍କୁ ସ୍କାନରରେ ରଖିଛି ।

ପେଟ୍ରୋଲ ଗାଡ଼ି ଯାଞ୍ଚ ପାଇଁ ଅତିକମରେ ୫ ମିନିଟ୍ ଓ ଡିଜେଲ ଗାଡ଼ି ୭ ମିନିଟ୍ ସମୟ ନେଉଥିବା ବେଳେ ମାତ୍ର ୨ ମିନିଟ୍ ଭିତରେ କେମିତି ପିୟୁସିସି ଦିଆଗଲା ? ସେନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ। ଅକ୍ଟୋବରରୁ ଜାନୁଆରି ୪ ତାରିଖ ଅର୍ଥାତ ୩ମାସ ଭିତରେ ୧୨ ଲକ୍ଷ ୨୮ ହଜାର ୧୮୫ ଗାଡ଼ି ପ୍ରଦୂଷଣ ଯାଞ୍ଚ କରାଇ ପ୍ରମାଣପତ୍ର ନେଇଛନ୍ତି । ସେଥିମଧ୍ୟରୁ ପାଖାପାଖି ୧ ଲକ୍ଷ ୮୧ ହଜାର ୮୫୮ଗାଡ଼ି ବାହାର ରାଜ୍ୟରୁ ପିୟୁସିସି କରିଛନ୍ତି । ଆଉ କେବଳ ୨୯ ଡିସେମ୍ବରରେ ୧୧ ହଜାର ୫୨୭ଟି ଗାଡ଼ିର ପିୟୁସିସି ହୋଇଥିଲା ।

ଯାହାକୁ ନେଇ ପରିବହନ ବିଭାଗର ସନ୍ଦେହ ବଢିଥିଲା । ଅଭିଯୋଗ ଆସିବା ପରେ, ମୋଟ୍ ୮୨୮ କେନ୍ଦ୍ରରୁ ୭୨ଟିକୁ ବନ୍ଦ କରାଯାଇଥିଲା। ଆଗକୁ ଯେଉଁ ସେଣ୍ଟର ଗୁଡିକ ନିର୍ଦ୍ଧାରିତ ସମୟରୁ କମ୍ ସମୟ ଭିତରେ ପିୟୁସିସି ଦେଇଥିବେ ସେମାନଙ୍କୁ ବ୍ଲାକ ଲିଷ୍ଟେଡ୍ କରିବ ପରିବହନ ବିଭାଗ । ମୋବାଇଲ ନମ୍ବର, ଗାଡି ନମ୍ବର, ଗାଡିର ଫଟୋ ଦେଇ ପିୟୁସିସି ପାଉଥିଲେ ଗାଡି ମାଲିକ। ଦଲାଲଙ୍କ ଉତ୍ପାତ ଓ ବେଆଇନ୍ ପିୟୁସିସିକୁ ନଜରରେ ରଖି ଆଗାମି ଦିନରେ ଆଧାର ଲିଙ୍କ ପାଇଁ ନିର୍ଦେଶ ଦେଇଛି ପରିବହନ ବିଭାଗ ।

ସେୟାର କରନ୍ତୁ

Next Post

ଓଡିଆ ଚଳଚ୍ଚିତ୍ର "ପରୀ"ର ଅଡିଓ ଲୋକାର୍ପିତ,ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି

Tue Jan 20 , 2026
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ଆସନ୍ତା ୩୦ ଜାନୁଆରୀରେ ମୁକ୍ତିଲାଭ କରିବ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ”।ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶକ ତ୍ରିପତି ସାହୁ, ସଂଳାପକାର ଡଃ ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ, ଟିକି ପଟ୍ଟନାୟକ, ଅଭିନେତା ଜ୍ୟୋତି […]

You May Like

Pin It on Pinterest