ଗୁଲୁଣ୍ଠି ଏସଏସଡି ଉଚ୍ଚ ବିଦ୍ୟାଳୟରେ ୫ମ ବାର୍ଷିକ ଉତ୍ସବ ପାଳିତ

ରାମନାଗୁଡ଼ା(ଆନନ୍ଦ ପରିଛା):୨୯/୦୧-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସରକାରୀ(ଏସଏସଡି) ଉଚ୍ଚ ବିଦ୍ୟାଳୟ, ଗଲୁଣ୍ଠି ଠାରେ ପଞ୍ଚମ ‘ବାର୍ଷିକ ଉତ୍ସବ’ ପାଳନ ହୋଇ ଯାଇଛି । ସର୍ଵ ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଚନ୍ଦନ ଟୀକା ଓ ବାଜା ବଜାଇ ମଞ୍ଚ ନିକଟକୁ ପାଛୋଟି ନିଆ ଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପି. ସୁରେଶ କୁମାର ଆବାହନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଜିଲ୍ଲା ଶିକ୍ଷା ମଣ୍ଡଳାଧିଷ ଶ୍ୟାମଘନ ଭୂୟାଁ ଯୋଗ ଦେଇଥିଲେ ସେହିପରି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଦୀପାରାଣୀ ବେହେରା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ଗୁଲୁଣ୍ଠି ସରପଞ୍ଚ ମାଝୀଗୌରୀ କଣ୍ଡାଗରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ଶବର, ପୂର୍ବତନ ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ,ବୁଡୁ କଣ୍ଡାଗରୀ, ଚିନ୍ନା କଣ୍ଡାଗରୀ, ପ୍ରମୁଖ ମଞ୍ଚାସୀନ ଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇ ଅତିଥି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ଜ୍ଳଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପି ସୁରେଶ କୁମାର ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟ ରେ ଥିବା ସମସ୍ୟା ସମ୍ପର୍କରେ ନିଜ ବିବରଣୀ ରଖିଥିଲେ। ତହସିଲଦାର ଶ୍ରୀ ପାଣିଗ୍ରାହୀ ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନରେ ବିଶୃଙ୍ଖଳିତ ନ ହୋଇ କେଉଁ ଭଳି ଭାବରେ କାର୍ଯ୍ୟ କଲେ ଜଣେ ଉତ୍ତମ ନାଗରିକ ହୋଇ ପାରିବ ବୁଝାଇ ଥିଲେ। ସେହିପରି ଅତିରିକ୍ତ ତହସିଲଦାର ସୁଶ୍ରୀ ବେହେରା କାର୍ଯ୍ୟକ୍ରମ ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଜଣେ ଉତ୍ତମ ଛାତ୍ର ଛାତ୍ରୀ ହେବା ସହିତ ଶତପ୍ରତିଶତ ମାର୍କ ରଖିବା ଏବଂ ପାଠ ସହିତ କଳା, ଖେଳ, ଗୀତ ରେ ମଧ୍ୟ ଭଲ କରିବା ପାଇଁ ଅଭିଭାଷଣ ଦେଇଥିଲେ ।

ବାର୍ଷିକ କ୍ରୀଡା ରେ କୃତ କାର୍ଯ୍ୟ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ନିଜର ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରିଥିଲେ।ଏହି ମହୋତ୍ସବରେ ସହକାରୀ ଶିକ୍ଷକ ଭାଗ୍ୟଧର ପାଲାକା ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ କୁଳମଣି ଶବର, ମୃତ୍ୟଞ୍ଜୟ ବାରିକ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ଷଢଙ୍ଗୀ, ପୁଷ୍ପାଞ୍ଜଳି ଗୌଡ଼, ସାଗରୀକା ଶବର, ତପସ୍ୱିନୀ ଗୌଡ଼, ସ୍ମିତାଞ୍ଜଳି ଲେଙ୍କା, ଅନିତା ଶବର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସୌଦାମିନୀ ପାତ୍ର, ମେଟ୍ରୋନ ଶ୍ରୀମତୀ ଅଞ୍ଜୁ ଖୋସଲା, ପିଅନ,ସିସିଏ ଓ ଏଲସିସିଏ ମାନେ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ପ୍ରଧାନ ଶିକ୍ଷକ ପି ସୁରେଶ କୁମାର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଉତ୍ସବ ଟିକୁ ସାଙ୍ଗ କରି ଥିଲେ।

ସେୟାର କରନ୍ତୁ

Next Post

ଲୁଣାନଦୀରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର,ହତ୍ୟା ପଛ ର ରହସ୍ୟ ଖୋଜୁଛି ପୋଲିସ...

Sun Feb 8 , 2026
କେନ୍ଦ୍ରାପଡ଼ା(ବାସ୍ତବବ୍ୟୁରୋ):କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୈନିକ ବିଭିନ୍ନ ଥାନା ଅଞ୍ଚଳରେ ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ ଓ ଚୋରି ଘଟଣା ବଢି ବଢି ଚାଲିଛି । ଥାନାରେ ମାମଲା ସଂଖ୍ୟା ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ଏପରିକି କେନ୍ଦ୍ରାପଡ଼ା ଅଞ୍ଚଳରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି| ଆଜି ଏଭଳି ଏକଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା ମାର୍ଶାଘାଇ ଅଞ୍ଚଳରେ ଦେଖୁବାକୁ ମିଳିଛି | ଜଣେ ଯୁବତୀଙ୍କ […]

You May Like

Pin It on Pinterest