
କେନ୍ଦ୍ରାପଡ଼ା(ବାସ୍ତବବ୍ୟୁରୋ):କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୈନିକ ବିଭିନ୍ନ ଥାନା ଅଞ୍ଚଳରେ ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ ଓ ଚୋରି ଘଟଣା ବଢି ବଢି ଚାଲିଛି । ଥାନାରେ ମାମଲା ସଂଖ୍ୟା ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ଏପରିକି କେନ୍ଦ୍ରାପଡ଼ା ଅଞ୍ଚଳରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି|
ଆଜି ଏଭଳି ଏକଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା ମାର୍ଶାଘାଇ ଅଞ୍ଚଳରେ ଦେଖୁବାକୁ ମିଳିଛି | ଜଣେ ଯୁବତୀଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ମାର୍ଶାଘାଇ ନିକଟସ୍ଥ ଲୁଣାନଦୀରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।ସୂଚନା ମୁତାବକ, ଡେରାବିଶ ଥାନା ପଲେଇ ପଞ୍ଚାୟତ ମଲିକେଶ୍ବରପୁର ଗ୍ରାମର ଜଣେ ଯୁବତୀ କେନ୍ଦ୍ରାପଡ଼ାକୁ କୋଟିଂ ନେବା ପାଇଁ ଆସିଥିବା ବେଳେ ତାଙ୍କ ମୃତଦେହ ମାର୍ଶାଘାଇ ଥାନା ଅଞ୍ଚଳ ଲୁଣା ନଦୀରୁ ମିଳିଛି ।
ମୃତ ଯୁବତୀ ଜଣକ ହେଉଛନ୍ତି ମଲ୍ଲିକେଶ୍ଵରପୁର ଗ୍ରାମର ହରପ୍ରସାଦ ସାମଲଙ୍କ କନ୍ୟା ସ୍ବାତୀ ସ୍ବରୂପା | ସ୍ବାତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ହରପ୍ରସାଦ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଝିଅ କୋଟିଂ ନେବା ପାଇଁ କେନ୍ଦ୍ରାପଡ଼ା ଟାଉନ୍କୁ ଯାଇଥିଲା। ହେଲେ ରାତି ସୁଦ୍ଧା ଘରକୁ ଫେରି ନଥିଲା। ତେଣୁ ଏ ନେଇ ସେ ଡେରାବିଶ ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା; କିନ୍ତୁ ଜଣେ ଯୁବତୀଙ୍କ ମୃତଦେହ ମାର୍ଶାଘାଇ ଥାନା ଅଧୀନ କୁସୁନପୁର ନିକଟ ଲୁଣା ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକେ ଖବର ପାଇ ମୃତଦେହ ନିକଟରେ ପହଞ୍ଚିଥିଲେ। ମୃତଦେହକୁ ଚିହ୍ନଟ କରିବା ପରେ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ଫିଙ୍ଗି ଦେଇଥିବା ଯୁବତୀଙ୍କ ବାପା ଏତଲାରେ ଦର୍ଶାଇଛନ୍ତି।ଏତଲାକୁ ଭିଭିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଏ ସଂକ୍ରାନ୍ତରେ ଥାନାଧିକାରୀ ତପନ ନାୟକଙ୍କୁ ପଚାରିବାରୁ, ଆମେ ଅଭିଯୋଗକୁ ଭିଭିକରି ଏକ ମାମଲା ରୁଜୁ କରିଛୁ। ଏ ନେଇ ତଦନ୍ତ ଚାଲିଛି। ଯିଏ ଅଭିଯୁକ୍ତ ବୋଲି ତଦନ୍ତରେ ଜଣାପଡ଼ିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।



