
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି-ସ୍ୱାଧୀନତା ର ଦୀର୍ଘଦଶନ୍ଧି ପରେ ଆଜି ମଧ୍ୟ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଳକ ର ଗୌଡ଼ ଦେଓପାଲ୍ଲୀ ର କାଦୋ ବେଡ଼ା ଏବଂ ମଞ୍ଚାଗାଁ ପଞ୍ଚାୟତ ର ଛାର ପଦର ଗାଁ ବାସିନ୍ଦା ପାନୀୟ ଜଳ ଭାବରେ ଖୋଲା ଆକାଶ ତଳର ଚୁଆ ପାଣିକୁ ଭରଷା କରି ଜିଁ ଆସୁଛନ୍ତି।
ଏତି ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକରେ ବିଗତ ଦିନରେ ୪ରୁ ଅଧିକ ଗୋଷ୍ଠି ଉନ୍ନୟନ ଅଧିକାରୀ ଉକ୍ତ ସ୍ଥାନକୁ ପରିଦର୍ଶନ କରି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ଆସିଥିବା ବେଳେ ଆଜି ମଧ୍ୟ ପାନୀୟ ଜଳ ର ସମସ୍ୟା ଯଥା ପୂର୍ବମ ତଥା ପରଂ ସ୍ଥିତି ରେ ରହିଛି।ଭାରତ ସରକାରଙ୍କ ଜଳ ଜୀବନ ମିଶନ ଯୋଜନା ମାଧ୍ୟମ ରେ ପ୍ରତ୍ୟେକ ଘରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।
ଏହି ଯୋଜନା କୁ କାର୍ଯ୍ୟକାରୀ କରିବାପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କାର୍ଯ୍ୟ କରୁଛି।ଉକ୍ତ ବିଭାଗ ର ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏବଂ ବ୍ଲକ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଅନେକ ଗ୍ରାମ ଆଜିବି ଅବହେଳିତ ଅଭିଶପ୍ତ ଭାବେ କାଳାତିପାତ କରୁଛନ୍ତି।
ଛାର ପଦର ଗାଁ ରେ ଆଦିବାସୀ ମହିଳା ମାନେ ପାନୀୟ ଜଳ ପାଇଁ ପାହାଡିଆ ପାଦ ଚଲା ପଥରେ ୨ରୁ୩ କିମି ଯିବାକୁ ପଡ଼ୁଛି ।
ଉକ୍ତ ଚୁଆ ଖଲା ମେଲା ରେ ରହିଥିବା ଯୋଗୁଁ ବିଭିନ୍ନ ଗୃହପାଳିତ ପଶୁ,ଜୀବଜନ୍ତୁ,ବିଷାକ୍ତ ସରୀସୃପ ସେହି ପାଣି ରେ ଶୋଷ ମେଣ୍ଟାଉଥିବା ବେଳେ ଜୀବ ଜଗତ ର ଶ୍ରେଷ୍ଠ ଜୀବ ମନୁଷ୍ୟ ପରିସ୍ଥିତିର ବଶବର୍ତ୍ତୀ ହୋଇ ଜୀବନ ବିକଳ ରେ ସେହି ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି।
ପ୍ରକାଶ ଥାଉ କି ଉକ୍ତ ଗ୍ରାମରେ ଆଜି ମଧ୍ୟ ବିଜୁଳି ସାତ ସପନ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ୩କିଲୋମିଟର ଡୁମୁରି ପଦର ଉପରେ ନିର୍ଭର କରୁଛନ୍ତି।ଗ୍ରାମର ୪ରୁ ଉର୍ଦ୍ଧ ଝିଅ ଅଧାରୁ ପାଠ ଛାଡିଥିବା ବେଳେ ବିପଦ ପୁର୍ଣ୍ଣ ଭାବେ ଅଳ୍ପ କେତେ ଛାତ୍ରୀ ପାଠ ପଢିବା ପାଇଁ ଯାଉଛନ୍ତି।ରାଜ୍ୟ ସରକାର ଏହି ଅଭିଶପ୍ତ ଗାଁ ଗୁଡିକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ନିରୀହ ଆଦିବାସୀ ମୌଳିକ ଅଧିକାର ପ୍ରତି ଗୁରୁତ୍ୱ ଦେଲେ, ସରକାରୀ ସୁବିଧା ଲୋକ ପାଆନ୍ତୁ ବା ନପାଇ ପାରନ୍ତୁ ଜିଁ ବା ପାଇଁ ପାଣି ମୁନ୍ଦେ ତ ପାଇ ପାରନ୍ତେ।



