ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ବ୍ୟୁରୋ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟର ମେରା ଯୁବା ଭାରତ କଳାହାଣ୍ଡି, ମିଳିତ ଆନୁକୁଳ୍ୟରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା

ଭବାନୀପାଟଣା୨୭/୨(କିଶୋର ନାଏକ):ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ (ଜାତୀୟ ସେବା ଯୋଜନା) ବ୍ୟୁରୋ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟର ମେରା ଯୁବା ଭାରତ କଳାହାଣ୍ଡି, ମିଳିତ ଆନୁକୁଳ୍ୟରେ ତା-୨୭-୦୨-୨୦୨୬ ରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ନୋଡାଲ ଅଧିକାରୀ ଡ. ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୋଟ୍ ୧୧୪ ଜଣ ପ୍ରତିଯୋଗୀ (୧୮ ରୁ ୨୫ ବର୍ଷ ଯୁବକ ଯୁବତୀ) ଏହି କାର୍ଯ୍ୟକ୍ରମ ପାଇଁ ପ୍ରାଥମିକ ସ୍ତରରେ ମେରା ଯୁବା ଭାରତ ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିଥିବା ବେଳେ ଭାରତ ସରକାରଙ୍କ ନିୟମ ଅନୁଯାୟୀ ଜିଲ୍ଲାର ୯୧ ଜଣ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବା ଲାଗି ଚୟନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ଉଦ୍‌ଘାଟନ କରିବା ସହିତ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ରୁପେ କୁଳସଚିବ ଡକ୍ଟର ଗୁଣନିଧି ନାଏକ, ସମ୍ମାନିତ ଅତିଥିରୂପେ ଉପକୁଳ ସଚିବ ମେଜର ଡ. ଜୟଦେବ ସାହୁ, ଜିଲ୍ଲା ଯୁବ ଅଧିକାରୀ, ମେରା ଯୁବା ଭାରତ, କଳାହାଣ୍ଡି, ଶ୍ରୀ ପ୍ରସନ ମେହେର, ମିସ୍‍ ଚସମିତ୍‍ କୌର (ୟୁଥ ଆଇକନ) ପ୍ରମୁଖ ଯୋଗଦାନ କରିଥିଲେ । ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, କାର୍ଯ୍ୟକ୍ରମ ସଂଯୋଜକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଜୟନ୍ତ କୁମାର ଦନସନା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. କୈଳାଶ ଚନ୍ଦ୍ର ଦାଶ, ଡ. ଏସ ପ୍ରିୟା, ଶ୍ରୀ ପରମେଶ୍ୱର ମୁଣ୍ଡ, ଡ. ପ୍ରିୟ ରଞ୍ଜନ ବେହେରା, ମିସ୍‍ ରୋଜ୍ ମେରୀ ରଶ୍ମିତା ଏକ୍କା, ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାଶ୍ୱତ ଦାନୀ, ଶ୍ରୀ ଦୀପକ କୁମାର ବେହେରା, ଅଭିଷେକ, ବିଶ୍ୱ, ଅମିତ, ଲୋହିତ, ଲୋପାମୁଦ୍ରା, ଜ୍ୟୋତି, ଅର୍ଚ୍ଚନା, ସିପ୍ରା, ସୁହାନି, ବିଭୁତି, ତରୁଣ ଓ ଗଙ୍ଗୋତ୍ରି ପ୍ରମୁଖ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତ ଯୁବା କନେକ୍ଟ, ଏକ ଅତିରିକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ମିସ୍‍ ଚସମିତ୍‍ କୌର (ୟୁଥ ଆଇକନ) ତାଙ୍କର ବିକଶିତ ଭାରତ ୨୦୪୭ ଉପରେ ଉପସ୍ଥାପନା କରିଥିଲେ । ଏହି ପ୍ରତିଯୋଗୀତା ର ଶ୍ରେଷ୍ଠ ପାଞ୍ଚ କୃତି ପ୍ରତିଯୋଗୀ ମାନେ ସୁହାନି ନାଏକ, ସ୍ମୃତି ରଥ, ଆର୍ୟା ନାୟକ, ଝାନସୀ ମିଶ୍ର ଏବଂ ଜି ଝିକଲ ଦିଗଲ ପ୍ରମୁଖ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ମାସରେ ବିଧାନ ସଭା ପରିସରରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ। ଶେଷରେ ଜୟନ୍ତ କୁମାର ଦନସନା ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Next Post

କଟକ ଜିଲ୍ଲା ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ,ଚୋରା ଗଞ୍ଜେଇ ଜବତ...

Sat Feb 28 , 2026
କଟକ(ବାସ୍ତବକଥା): ବର୍ତ୍ତମାନ କଟକ ଜିଲ୍ଲାରେ ଚିନ୍ତା ବଢ଼ାଇଛି ଚୋରା ଗଞ୍ଜେଇ ବ୍ୟବସାୟ। ଏହି ପରିପ୍ରେକ୍ଷୀରେ ସଜାଗ ହୋଇ ରହିଛି ଜିଲ୍ଲା ଅବକାରୀ ବିଭାଗ। ବାରମ୍ବାର ଚଢ଼ାଉ କରି ବିପୁଳ ପରିମାଣର ଚୋରା ଗଞ୍ଜେଇ କୁ ସଫଳ ହୋଇଛି କଟକ ଜିଲ୍ଲା ଅବକାରୀ ବିଭାଗ। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକର ଦୁଇଟି ସ୍ଥାନରେ ଅବକାରୀ […]

You May Like

Pin It on Pinterest