ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ଜାତୀୟସ୍ତରୀୟ ଲୋକ ଅଦାଲତ….

ମାଲକାନଗିରି(ପି.ବାଲାରାଜୁ): ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ୧୪ ତାରିଖ ରେ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ, ତାଲୁକ ଆଈନ ସେବା ପ୍ରାଧିକରଣ ମୋଟୁ, ଜେ ଏମ ଏଫ ସି ମାଥିଲି, ଜେ ଏମ ଏଫ ସି କୁଡୁମୁଳୁଗୁମ୍ମା, ଗ୍ରାମ ନ୍ୟାୟଳୟ କୋରୁକୋଣ୍ଡା, ଦ୍ବାରା ପ୍ରଥମ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥିଲି, ମୋଟୁ, କୁଡୁମୁଳୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଈନ ସେବା ପ୍ରାକରଣର ଅଧକ୍ଷ୍ୟ ଡାଃ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ଜିଲ୍ଲା ଆଈନ ସେବା ପ୍ରାଧ୍କରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାକରି ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟକାରୀ ପରିନିତା ନାୟକ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି, ମାଥ୍‌ଲି ପଦ୍ମନାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ ମୋଟୁ ଅଂଶୁମାନ ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ କୁଡୁମୁଳୁଗୁମ୍ମା ବିମଲ ଲକ୍ଷ୍ମୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମାର ଫଇସଲା କରିଥିଲେ।

ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ମୋଟ ୭୭୨୩ ଗୋଟି ମକଦ୍ଦମର ଫଇସଲା କରାଯାଇ ୬୮୬୧୦୮୫/- ଟଙ୍କା ଧାର୍ଯ୍ୟ କରଯାଇଥିଲା। ଏହି ଲୋକ ଅଦାଲତରେ ସମସ୍ତ ନ୍ୟାୟଳୟର କର୍ମଚାରୀ ଏବଂ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ମାଲକାନଗିରି ଏବଂ ମୋଟୁ ର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେI

ସେୟାର କରନ୍ତୁ

You May Like

Breaking News

Pin It on Pinterest