ବିଶିଷ୍ଟ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା…

ଭୁବନେଶ୍ୱର:(ତ୍ରିଭୁବନ ମହାପାତ୍ର): ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀଙ୍କ ଦେହାବସାନ ୨ ଏପ୍ରିଲ ୨୦୨୬ରେ ଘଟିଅଛି। ଓଡ଼ିଆ ଗଳ୍ପଜଗତର ଜଣେ ଅପ୍ରତିଦ୍ବନ୍ଦ୍ବୀ କଥାକାର ଥିଲେ ସ୍ଵର୍ଗତ ତ୍ରିପାଠୀ। ତାଙ୍କର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ୦୯ .୦୪.୨୦୨୬ ସନ୍ଧ୍ୟାରେ ବୁଦ୍ଧମନ୍ଦିରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରି ସଦାନନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶିଷ୍ଟ କବି ଅଶ୍ୱିନୀ କୁମାର ମିଶ୍ର, ପ୍ରାକ୍ତନ ସଚିବ, ଓଡିଶା ସାହିତ୍ୟ ଏକାଡେମୀ ପ୍ରାରମ୍ଭରେ ସଦାନନ୍ଦ ତ୍ରିପାଠୀଙ୍କ ସ୍ମୃତି ଚାରଣ କରିଥିଲେ। ପରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଆବାହକ ଡ. ଗୌରହରି ଦାସ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।

ଏହାପରେ ବିଶିଷ୍ଟ ଗାଳ୍ପିକ ଓ ଔପନାସିକ ଡ଼. ଅରବିନ୍ଦ ରାୟ, ବରିଷ୍ଠ ଗାଳ୍ପିକ ଓ ଔପନାସିକ ଡ. ଅଜୟ ସ୍ବାଇଁ, କଥାକାର ସହଦେବ ସାହୁ, କଥାକାର ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଗାଳ୍ପିକା ଓ ଔପନାସିକା ଡ. କବିତା ବାରିକ,ଲେଖକ ଓ ପ୍ରକାଶକ ବନୋଜ ତ୍ରିପାଠୀ, ଲେଖକ ଓ ବୈଜ୍ଞାନିକ ଡ଼. କାର୍ତ୍ତିକ ସ୍ୱାଇଁ, ବିଶିଷ୍ଠ ଗାଳ୍ପିକ ରବି ପଣ୍ଡା, କବି ଓ ଲେଖକ ଉମାକାନ୍ତ (ଅରୂପ) ରାଉତ, କବି ଡ. ରକ୍ଷକ ନାୟକ, ଗାଳ୍ପିକ, ଔପନାସିକ ଓ ପ୍ରକାଶକ ପ୍ରକାଶ ମହାପାତ୍ର, କବି ଓ ସମାଲୋଚକ କ୍ଷୀରୋଦ ପରିଡ଼ା, ଲେଖକ ଅରୁଣ ସାହୁ, ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଡ଼. ଅସିତ ମହାନ୍ତି, ଲେଖକ ଓ ଔପନ୍ୟାସିକ କ୍ଷୀରୋଦ ଦାସ, ଗାଳ୍ପିକା ଓ କବି ମୌସୁମୀ ଦାସ୍, ଗାଳ୍ପିକ ଡ଼ା. ମଣିରାମ ଜେନା, ଯୁବ କଥାକାର ଦେବବ୍ରତ ଦାସ, ଗାଳ୍ପିକ ଓ ସମ୍ପାଦକ ଅବିନାଶ ସାହୁ, ଗାଳ୍ପିକ ଓ ସମ୍ପାଦକ ଶ୍ରୀ ଗୋବିନ୍ଦ, ଗାଳ୍ପିକ ଡ. ଆଭାସ ବରାଳ ଏବଂ ବହୁତ ସଦାନନ୍ଦପ୍ରେମୀ ବ୍ୟକ୍ତି ଯୋଗଦାନ କରି ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ।

ଏହି ସଭାକୁ ଡ. ଅରବିନ୍ଦ ରାୟ, ବନୋଜ ତ୍ରିପାଠୀ ଏବଂ ମୌସୁମୀ ଦାସ୍ ପରିଚାଳନା ଏବଂ ସଂଯୋଜନା କରିଥିଲେ। ଏହି ଅବସରରେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଉପରେ ଏକ ସ୍ମରଣିକା ଉନ୍ମୋଚନ କରା ଯାଇଥିଲା।ପରବର୍ତ୍ତୀ ସମୟରେ ତାଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରାଯିବା ପାଇଁ ନିର୍ଣ୍ଣୟ କରାଗଲା।

ସେୟାର କରନ୍ତୁ

You May Like

Pin It on Pinterest