ଆସନ୍ତାକାଲି ଠାରୁ ରେଳଯାତ୍ରୀମାନେ କରିପାରିବେ ଟିକେଟ୍ ବୁକିଂ…

ବାସ୍ତବ ବ୍ୟୁରୋ-ଦୟା କରି ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ ଆସନ୍ତାକାଲି ଠାରୁ ଅପରାହ୍ଣ ୪ଟାରୁ ରେଳଯାତ୍ରା ପାଇଁ କରିପାରିବେ ଟିକେଟ୍ ବୁକିଂ । ଆସନ୍ତା ମେ ୧୨ ତାରିଖରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯୋଜନା କରୁଛି ରେଳବାଇ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ, ୧୫ ଯୁଗଳ ଟ୍ରେନ୍ ଚଲାଯିବ । ପରେ, ଏହାକୁ ଆହୁରି ବୃଦ୍ଧି କରିବାର ଯୋଜନା ଅଛି । ଏହି ସମସ୍ତ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ହେବ ଯାହା ନୂଆଦିଲ୍ଲୀରୁ ଦେଶର ବିଭିନ୍ନ ସ୍ଥାନକୁ ଚାଲିବ । ତେବେ ଏହି ଟିକେଟ୍ ଆଇଆରସିଟିସିର ୱେବସାଇଟରେ ଲୋକେ ବୁକ୍ କରିପାରିବେ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଇନରେ ଟ୍ରେନ ଚଳାଚଳକୁ ବାତିଲ୍ କରାଯାଇଥିଲା । ହେଲେ ସବୁଠାରୁ ବଡକଥା ହେଉଛି ଭୁବନେଶ୍ୱରରୁ ମଧ୍ୟ ଟ୍ରେନ ଚଳାଚଳ କରିବ ।

ଏହି ସବୁ ଟ୍ରେନ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଡେବ୍ରିଗଡ, ଅଗରତାଲା, ହାୱାଡା, ପଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜାମ୍ମୁ ତାଇ ରେଳ ଷ୍ଟେସନ ଦେଇ ଏହି ସବୁ ଟ୍ରେନ ଯାତାୟତ କରିବ । ଯେଉଁମାନଙ୍କ ଟିକେଟ କନଫର୍ମ ହୋଇଥିବ ସେମାନେ ହିଁ ରେଳଯାତ୍ରା କରିପାରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon May 11 , 2020
୧-ଆଜି ଅପରାହ୍ନ ୩ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ୨-କରୋନାର ଲମ୍ବ ଡିଆଁ : ଦିନକରେ ୮୩,ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭, ୩ ମୃତ। ଗଞ୍ଜାମରେ ୧୨୫। ୩-ଅନୁଗୋଳ ଓ ବୌଦ୍ଧ ନୂଆ କରୋନା ଜିଲ୍ଲା।ରେଡ ଜୋନ୍ ତାଲିକାରେ ସାମିଲ ହେଲା ଅନୁଗୁଳ ଜିଲ୍ଲା।ରାଜ୍ୟରେ ମୋଟ୍ ୨୧ ଜିଲ୍ଲାରେ କରୋନା କେସ୍ । ୪-ମେ ୧୨ରୁ ଦେଶରେ ଗଡିବ ଟ୍ରେନ୍ । ଆଜି ଅପରାହ୍ନ ୪ଟାରୁ କାଟିହେବ […]

You May Like

Pin It on Pinterest