୧-ଆଜି ଅପରାହ୍ନ ୩ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା।
୨-କରୋନାର ଲମ୍ବ ଡିଆଁ : ଦିନକରେ ୮୩,ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭, ୩ ମୃତ। ଗଞ୍ଜାମରେ ୧୨୫।
୩-ଅନୁଗୋଳ ଓ ବୌଦ୍ଧ ନୂଆ କରୋନା ଜିଲ୍ଲା।ରେଡ ଜୋନ୍ ତାଲିକାରେ ସାମିଲ ହେଲା ଅନୁଗୁଳ ଜିଲ୍ଲା।ରାଜ୍ୟରେ ମୋଟ୍ ୨୧ ଜିଲ୍ଲାରେ କରୋନା କେସ୍ ।
୪-ମେ ୧୨ରୁ ଦେଶରେ ଗଡିବ ଟ୍ରେନ୍ । ଆଜି ଅପରାହ୍ନ ୪ଟାରୁ କାଟିହେବ ଟିକେଟ ।
୫-ଚେନ୍ନାଇ:ଅନ୍ଯପାଇଁ ଉଦାହରଣ ସୃଷ୍ଟି କଲେ ସେଲୁନ୍ ମାଲିକ, ଝିଅର ପଢ଼ା ପାଇଁ ସଞ୍ଚୟ କରିଥିବା ୫ଲକ୍ଷ ଟଙ୍କା ଦାନ କଲେ କରୋନା ଅସହାୟଙ୍କୁ।

୬-ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ,ତୃତୀୟ ଦିନରେ ସରିଲା ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ।
୭-କରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ,୫୦୦୦ କ୍ରୀଡ଼ାବିତ୍ଙ୍କୁ ଘରେ ଅଭ୍ୟାସ ପାଇଁ ସବୁ ସୁବିଧା ଯୋଗାଇବା ସହିତ ଶାରୀରିକ ଅଭ୍ୟାସକୁ କିପରି ବଜାୟ ରଖାଯାଇପାରିବ ସେ ନେଇ କିଟ୍ ଓ କିସ୍ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ।
୮-ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମନମୋହନ ସିଂହ ଏମ୍ସରେ ଭର୍ତ୍ତି।
୯-୫ଟି ଟ୍ରେନ୍ରେ ଓଡ଼ିଶା ଆସୁଛନ୍ତି ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ।
୧୦-ଗଞ୍ଜାମ ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କଲେ।



