୧୭ ଦିନରେ କ୍ବାରେଣ୍ଟିନ୍ ଶେଷ…ନୂଆ ଗାଇଡ୍ ଲାଇନ୍

କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନେ ଘରେ ରହିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଗୃହ-ଏକାନ୍ତବାସରେ ଥିବା ରୋଗୀ ନିଜର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କୁ ନିୟମିତ ସୂଚନା ଦେବାକୁ ପଡିବ । ଏହାଛଡ଼ା, ମୋବାଇଲ୍‌ରେ ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରି ବ୍ଲୁଟୁଥ୍ ଓ ୱାଇ-ଫାଇ ମାଧ୍ୟରେ ମୋବାଇଲ୍‌କୁ ସବର୍ଦା ସକ୍ରିୟ ରଖିବାକୁ ଏହି ଗାଇଡ୍‌ଲାଇନ୍‌ରେ ଆହ୍ବାନ ଦିଆଯାଇଛି । ଘରେ ତାଙ୍କର ତତ୍ତ୍ବ ନେଉଥିବା ଓ ସଂସ୍ପର୍ଶରେ ଆସୁଥିବା ସଦସ୍ୟମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବଂ ଡାକ୍ତର ପ୍ରେସ୍କ୍ରାଇବ୍ କରିଥିବା ଅନ୍ୟାନ୍ୟ ଔଷଧ ଖାଇବାକୁ ହେବ ।

ବାସ୍ତବ ବ୍ୟୁରୋ-ଏପ୍ରିଲ୍ ୨୭ ତାରିଖ ଦିନ ଗୃହ ମନ୍ତ୍ରାଳୟ ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ, ରୋଗୀ ସଂକ୍ରମଣ ମୁକ୍ତ ବୋଲି, ସର୍ଭିଲେନ୍‌ସ୍ ମେଡିକାଲ୍ ଅଫିସର୍ ‌ସାର୍ଟିଫିକେଟ୍ ଦେବା ପରେ ଯାଇ ଗୃହ ଏକାନ୍ତବାସ ଶେଷ ହେଉଥିଲା ।ଏବେ ଗୃହ ଏକାନ୍ତବାସରେ ଥିବା ରୋଗୀମାନେ ୧୭ ଦିନ ପରେ କ୍ବାରେଣ୍ଟିନ୍ ଶେଷ କରିପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ସଂଶୋଧିତ ଗାଇଡ୍‌ଲାଇନ୍‌ରେ କହିଛି । ରବିବାର ଦିନ ଜାରି ହୋଇଥିବା ଏହି ସଂଶୋଧିତ ଗାଇଡ୍‌ଲାଇନ୍ ଅନୁସାରେ, ଲକ୍ଷଣ ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ସମ୍ପୃକ୍ତ ରୋଗୀଙ୍କୁ ଜ୍ବର ନ ହୋଇଥିବା ଆବଶ୍ୟକ । ଗୃହ ଏକାନ୍ତବାସ ଶେଷ ହେବା ପରେ ସାମାନ୍ୟ କରୋନାଭାଇରସ୍ ଲକ୍ଷଣ ଥିବା ରୋଗୀମାନଙ୍କୁ ଆଉ ନମୁନା ପରୀକ୍ଷା କରାଇବାକୁ ପଡ଼ିବନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉଦ୍ଧବ ଠାକ୍‌ରେ ଦାଖଲ କଲେ ପ୍ରାର୍ଥୀପତ୍ର

Mon May 11 , 2020
ବାସ୍ତବ ବ୍ୟୁରୋ-ବହୁ ମନ୍ତ୍ରଣା ଯନ୍ତ୍ରଣା ପରେ ମହାରାଷ୍ଟ୍ର ବିଧାନ ପରିଷଦ୍ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପତ୍ନୀ ରଶ୍ମି ଓ ପୁତ୍ର ଆଦିତ୍ୟ ଓ ତେଜସ୍‌ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ବିଧାନ ଅନୁଯାୟୀ, ଯଦି କେହି ବିଧାନସଭାର ସଦସ୍ୟ ନୁହଁନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାରେ ସଦସ୍ୟତା ଗ୍ରହଣ କରିବାକୁ ପଡିବ। […]

You May Like

Pin It on Pinterest