ଉଦ୍ଧବ ଠାକ୍‌ରେ ଦାଖଲ କଲେ ପ୍ରାର୍ଥୀପତ୍ର

ବାସ୍ତବ ବ୍ୟୁରୋ-ବହୁ ମନ୍ତ୍ରଣା ଯନ୍ତ୍ରଣା ପରେ ମହାରାଷ୍ଟ୍ର ବିଧାନ ପରିଷଦ୍ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପତ୍ନୀ ରଶ୍ମି ଓ ପୁତ୍ର ଆଦିତ୍ୟ ଓ ତେଜସ୍‌ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ବିଧାନ ଅନୁଯାୟୀ, ଯଦି କେହି ବିଧାନସଭାର ସଦସ୍ୟ ନୁହଁନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାରେ ସଦସ୍ୟତା ଗ୍ରହଣ କରିବାକୁ ପଡିବ। ଯଦି ଏପରି ନହୁଏ ତେବେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ଚାଲିଯାଏ ।

ମହାରାଷ୍ଟ୍ରର ୯ଟି ବିଧାନ ପରିଷଦ ଆସନ ଉପରେ ନିର୍ବାଚନ ଆସନ୍ତା ୨୧ ରେ ଅନୁଷ୍ଠିତ ହେବ । ଏହି ନିର୍ବାଚନ ପାଇଁ ବିଧାନସଭାର ୨୮୮ ସଦସ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିବେ । ୨୮ ନଭେମ୍ବରରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ଶିବସେନାର ମୁଖ୍ୟମନ୍ତ୍ରୀ, ଏନସିପି ଏବଂ କଂଗ୍ରେସର ମହାବିକାଶ ଆଗାଡୀ ଦଳ ମିଳିତ ଭାବେ ସରକାର ଗଠନ କରିଥିଲେ । ହେଲେ ଏନସିପି ନିର୍ବାଚନରେ ​​ଦୁଇ ଜଣ ପ୍ରାର୍ଥୀଙ୍କୁ ସ୍ଥାନ ଦେବା ପାଇଁ ସ୍ଥିର କରିଥିଲା, କିନ୍ତୁ ରବିବାର ସନ୍ଧ୍ୟାରେ ଏନସିପି ମନ ବଦଳାଇ ଜଣେ ପ୍ରାଥୀ ଦେବା ପାଇଁ ମନ ସ୍ଥିର କଲା ପରେ ଆସ୍ୱାସ୍ଥ ହୋଇଛନ୍ତି ଉଦ୍ଧବ ଠାକ୍‌ରେ ।

ଠାକ୍‌ରେ ପ୍ରାର୍ଥୀପତ୍ର ଦାଖଲ ସମୟ ରେ, ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ, ସୁଭାଷ ଦେଶାଇ, ଏକନାଥ ସିନ୍ଧେ ଆଦି ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ସହ ବିଧାନ ଭବନରେ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ ।ଏମାନଙ୍କ ବ୍ୟତୀତ କଂଗ୍ରେସ ନେତା ଅଶୋକ ଚୱନ, ବାଲାସାହେବ ଥୋରାଟ ଉପମୁଖ୍ୟ ମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାୱାର ଏବଂ ଜୟନ୍ତ ପଟେଲ ମଧ୍ୟ ସମର୍ଥନ ଜଣାଇବାକୁ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue May 12 , 2020
୧- ରାଜ୍ୟରେ ଆଜି ୨୩ କୋରୋନା ସଂକ୍ରମଣ ଚିହ୍ନଟ, ସେଥିରେ ସର୍ବାଧିକ ବାଲେଶ୍ୱର ୧୫ ଜଣ ଥିବାବେଳେ, ଗଞ୍ଜାମ ୩ ଯାଜପୁର ୩ ଆକ୍ରାନ୍ତ , ପୁରୀ ଓ ବୌଦ୍ଧ ୧-୧ ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୪୩୭ । ୨-PM-CM ଆଲୋଚନା, ଲକ୍ ଡାଉନ୍ ବଢାଇବା ସପକ୍ଷରେ ୬ ରାଜ୍ୟ , ନବୀନ ଦେଲେ ୬ ଟି ପ୍ରସ୍ତାବ। ୩-କରୋନା ସଂକ୍ରମିତଙ୍କ ପାଇଁ ନୂଆ […]

You May Like

Pin It on Pinterest