ଆଜିର ଖାସ୍ ଖବର

୧- ରାଜ୍ୟରେ ଆଜି ୨୩ କୋରୋନା ସଂକ୍ରମଣ ଚିହ୍ନଟ, ସେଥିରେ ସର୍ବାଧିକ ବାଲେଶ୍ୱର ୧୫ ଜଣ ଥିବାବେଳେ, ଗଞ୍ଜାମ ୩ ଯାଜପୁର ୩ ଆକ୍ରାନ୍ତ , ପୁରୀ ଓ ବୌଦ୍ଧ ୧-୧ ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୪୩୭ ।

୨-PM-CM ଆଲୋଚନା, ଲକ୍ ଡାଉନ୍ ବଢାଇବା ସପକ୍ଷରେ ୬ ରାଜ୍ୟ , ନବୀନ ଦେଲେ ୬ ଟି ପ୍ରସ୍ତାବ।

୩-କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ, ହସପିଟାଲରୁ ଡିସଚାର୍ଜ ପରେ ଘରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ।

୪-ଦୂରଦର୍ଶନରେ ଚାଲିଛି ଦଶମ ଶ୍ରେଣୀ ପାଠପଢ଼ା,୧୨ଜୁନକୁ ବଢ଼ିଲା ପ୍ରସାରଣ ଅବଧି,ଦିନକୁ ଦୁଇଟି କ୍ଲାସ୍।

୫-ବୁଧବାରରୁ ଦୈନିକ ଗଡ଼ିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନ୍ ୯୦ ମିନିଟ୍ ପୂର୍ବରୁ ପହଞ୍ଚିବେ ଯାତ୍ରୀ, କନଫର୍ମ ଟିକଟ ନ ଥିଲେ ପ୍ଲାଟଫର୍ମରେ ପ୍ରବେଶ ମନା‌।

୬-ମେ’ ୨୦ ରୁ ୬୦ କେନ୍ଦ୍ରରେ ହେବ ମାଟ୍ରିକ ମୁଲ୍ୟାୟନ, ୨ଟି ସିଫ୍ଟରେ ହେବ ଖାତା ଦେଖା।ମୂଲ୍ୟାୟନ ପାଇଁ ୬ ହଜାର ଶିକ୍ଷକ ନିଯୁକ୍ତ।

୭-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌:’ବହଳିଆ ଡାଲିକୁ ଚିକେନ, ୨୧ ଦିନ କଣ ୩୦ ଦିନ କହିଲେ ବି ରହିବୁ’-କ୍ୱାରେଣ୍ଟିନ ଅନ୍ତେବାସୀ ।

୮-ପାଣିପାଗ:ରାଜ୍ୟରେ ଗରମ ଜାରି ରହିବ। କନ୍ଧମାଳ, ଗଜପତି, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା।

୯-ଓଡ଼ିଶାରେ କରୋନାର ଗତି : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୧୪ ଗଞ୍ଜାମରେ ସର୍ବାଧିକ ୧୫୪, ୮୫ ସୁସ୍ଥ, ୩୭ ନୂଆ ଆକ୍ରାନ୍ତ ଚିହ୍ନଟ।

୧୦-ମାଲକାନଗିରି:ମେଗାଷ୍ଟାର ଚିରଞ୍ଜୀବଙ୍କ ମୁହଁରେ ଓଡ଼ିଆ SI ଶୁଭଶ୍ରୀ ଭବାନୀ ନାୟକଙ୍କ ପ୍ରଶଂସା।ଜଣେ ଅସହାୟ ବୃଦ୍ଧାଙ୍କୁ ମା’ ଭଳି ସ୍ନେହ ଦେଇ ଖୁଆଇ ଦେବା ନେଇ ଶୁଭଶ୍ରୀଙ୍କୁ ପ୍ରଶଂସା କରିଛନ୍ତି ଚିରଞ୍ଜୀବ।

୧୧-ଭୁବନେଶ୍ୱର AIIMSର ୪ ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ ରଖାଗଲା କ୍ବାରେଣ୍ଟାଇନରେ, ମହାରାଷ୍ଟ୍ରର ପଜେଟିଭି ଟ୍ରକ ଡ୍ରାଇଭରଙ୍କୁ କରିଥିଲେ ଚିକିତ୍ସା।

୧୨-କିଟ୍ ବିଶ୍ୱବିଦ୍ୟାଳୟ:ଚଳିତବର୍ଷ ୧୯୫ରୁ ଊର୍ଦ୍ଧ୍ୱ କମ୍ପାନୀ, ବି.ଟେକ୍‌ ଶେଷ କରୁଥିବା ୩୫୦୦ ଜଣଙ୍କୁ ୪୩୭୯ ରୁ ଅଧିକ ଚାକିରି ପ୍ରଦାନ କରିବାକୁ ଯାଉଛନ୍ତି।

୧୩-ମାତ୍ର ୫୦୦ ଟଙ୍କାରେ ମିଳିବ କରୋନା ଟେଷ୍ଟିଂ କିଟ୍, ICMR ଦେଲା ସ୍ୱୀକୃତି, ସରକାର ଚାହିଁଲେ କରିହେବ ଦିନକୁ ୩ ଲକ୍ଷ ଟେଷ୍ଟ।

୧୪-ଟ୍ରକରେ ଭର୍ତ୍ତିହୋଇ ହାଇଦ୍ରାବାଦରୁ ବାଲେଶ୍ୱର ଆସିଲେ ଶ୍ରମିକ,ସହରରେ ପ୍ରବେଶ କରିବା ବେଳେ ଧରିଲା ପୁଲିସ, ସ୍ୱତନ୍ତ୍ର ଗାଡି କରି ସଙ୍ଗରୋଧ ଗୃହକୁ ପଠାଇ ଦେଲା ପ୍ରଶାସନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ପାଣିପାଗ ୧୨ ଟି ଜିଲ୍ଲାରେ ଏଲୋୱର୍ନିଂ....

Tue May 12 , 2020
ବାସ୍ତବ ବ୍ୟୁରୋ-ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜାରି କରଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ପବନ, ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷାର ସମ୍ଭାବନା ଅଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ତରଫରୁ ରାଜ୍ୟର ୧୨ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତର ଓ […]

You May Like

Pin It on Pinterest