୧-ରାଜ୍ୟରେ କାୟା ବିସ୍ତାର କଲାଣି କୋରୋନା। ଆଜି ନୂଆ ୧୦୧ କୋରୋନା ପଜିଟିଭ୍ ଚିହ୍ନଟ । ୫୨ ଜଣ ଗଞ୍ଜାମ ଜିଲ୍ଲାର ହେଇଥିବା ବେଳେ, ୩୩ ଜଣ ବାଲେଶ୍ୱର ଜିଲ୍ଲାର, ୭ ଜଣ ସୁନ୍ଦରଗଡ଼ ଜିଲ୍ଲାର, ୭ ଜଣ ଯାଜପୁର ଜିଲ୍ଲାର ଓ ୨ ଜଣ କେନ୍ଦୁଝର ଜିଲ୍ଲାର ।
୨-ଆଜି ଅପରାହ୍ନ ୪ଟା ରେ ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ୍ ।
୩-ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୧୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ ସୂଚନା ।
୪-ଫି ନାହିଁ ତ ଇ-କ୍ଲାସ ନାହିଁ, ସମସ୍ତଙ୍କୁ ଇ-କ୍ଲାସ୍ର ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୫-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଦାନା ବାନ୍ଧୁଛି : ୪ ଦିନ ପରେ ଆସିପାରେ ଲଘୁଚାପ।
୭-ନବମ ଓ ଦଶମ SC ଓ ST ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ଅଢେଇ ଲକ୍ଷ ପାଠ୍ୟପୁସ୍ତକ।
୭-ଏଥର ହେବ ନାହିଁ ସ୍ବତନ୍ତ୍ର OJEE; ଜେଇଇ ମେନ୍ କ୍ବାଲିଫାଇଙ୍କୁ ମିଳିବ ଅଗ୍ରାଧିକାର।
୮-ଆଜିଠୁ ଗଡ଼ିବ କଟକ-ଭୁବନେଶ୍ୱର ବସ୍। ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ଦେବାକୁ ହେବ।
୯-ଆଜିଠୁ ୧୬୦ ରଥନିର୍ମାଣ ସେବକଙ୍କ କୋଭିଡ ପରୀକ୍ଷା,ସ୍ନାନଯାତ୍ରା ସମ୍ପର୍କରେ ଦଇତାପତିଙ୍କ ସହ ମନ୍ଦିର ପ୍ରଶାସନର ଆଲୋଚନା।
୧୦-ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ, ସିଲ୍ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍।
୧୧-‘ଆତ୍ମନିର୍ଭର ଭାରତ ଅଭିଯାନ’ ଲାଗି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
୧୨-ପୁଣି ବଢିବ ଲକ୍ ଡାଉନ୍, ନୂଆ ରୂପରେ ଲାଗୁହେବ ଲକଡାଉନ ୪. ୦ । ମେ ୧୭ ପରେ ଭାରତରେ ଜାରି ରହିବ ତାଲାବନ୍ଦ । ୧୮ ପୂର୍ବରୁ ଦେଶବାସୀଙ୍କୁ ଜଣାଇ ଦିଆଯିବ ଗାଇଡଲାଇନ।
୧୩-ଚୀନ୍କୁ ଏକ ଘରିଆ କରିବାକୁ ଆରମ୍ଭ ହେଲା ରଣନୀତି, ଭାରତ ସମେତ ୭ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କଲା ଆମେରିକା।
୧୪-ଓଡ଼ିଶା କ୍ୟାଡ଼ର IAS ଅଫିସର ମନୋଜ ଆହୁଜା CBSE ଅଧ୍ୟକ୍ଷ ଭାବେ ନିଯୁକ୍ତ।



