ଆଜିର ଖାସ୍ ଖବର

୧-୭୩ ନୂଆ କରୋନା ଆକ୍ରାନ୍ତ। ଗଞ୍ଜାମ ୪୨, ଯାଜପୁର ୧୭, ସୁନ୍ଦରଗଡ ୨, ଖୋର୍ଦ୍ଧା ୩ ଓ ଭଦ୍ରକ ୯ ଜଣ ନୂଆ ଆକ୍ରାନ୍ତ। ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଁଚିଲା। ୪୬୫ ଜଣ ଚିକିତ୍ସାଧୀନ ଥବାବେଳେ ୧୪୩ ଜଣ ଆରୋଗ୍ୟଲାଭ କରିଛନ୍ତି ।

୨-୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍।

୩-‘ଆତ୍ମନିର୍ଭର ଭାରତ ଅଭିଯାନ’:ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିନା ଗ୍ୟାରେଣ୍ଟିରେ ୩ଲକ୍ଷ କୋଟିର ୠଣ ସହାୟତା।

୪-ବିଭିନ୍ନ କାର୍ଯ୍ୟ ନିମନ୍ତେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ 3100 କୋଟି ଟଙ୍କା ଦେଶ ଉଦ୍ଦେଶ୍ୟରେ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ।

୫-କରୋନା ମୁକାବିଲା ବେଳେ ବଦଳିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ମିଳିଲା ଶକ୍ତି ବିଭାଗର ପ୍ରମୁଖ ସଚିବ ପଦ।ପ୍ରଦୀପ କୁମାର ମହାପାତ୍ର ହେଲେ ସ୍ବାସ୍ଥ୍ୟ ସଚିବ।

୬-ଗ୍ରୀନ୍‌ ଜୋନ୍‌ରେ ଚାଲିବ ଓଏସ୍‌ଆରଟିସି ବସ୍‌, ଯାତ୍ରୀଙ୍କଠାରୁ ନିଆଯିବ ଦୁଇ ଗୁଣା ଭଡା।

୭-ଆର୍.ଉଦୟଗିରି:ଖାକିରେ ଗୋଲାପୀ ଦାଗ: ସବ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଗଜପତି ଏସପି।

୮-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼! ମେ ୧୬ରେ ନେଇପାରେ ସାଇକ୍ଲୋନିକ୍‌ ଷ୍ଟର୍ମର ଆକାର।

୯-ନୂଆଦିଲ୍ଲୀ:ବନ୍ଦେ ଭାରତ ମିଶନର ଦ୍ଵିତୀୟ ପର୍ଯ୍ୟାୟ,ଉଡାଣ ଭରିବ ୧୪୯ ବିମାନ, ସ୍ଵଦେଶ ଫେରିବେ ୩୦ ହଜାର ଭାରତୀୟ।

୧୦-କରୋନା ମୁକାବିଲାରେ ସାମିଲ ହେବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ମିଳିବ ପୁନଃ ନିଯୁକ୍ତି, ୮୬ଟି ଜେଲରୁ ୭୨୫୫ ବିଚାରଧୀନ ବନ୍ଦୀଙ୍କୁ ଜାମିନ।

୧୧-କରୋନା କ୍ଷତରେ ଅର୍ଥନୀତିର ମଲମ,। ଆଉ ୩ ମାସ ଇପିଏଫ ଭରିବେ ସରକାର । ଅଗଷ୍ଟ ମାସ ଯାଏଁ ଇପିଏଫ ଜମା କରିବେ କେନ୍ଦ୍ର ସରକାର । ନଭେମ୍ବର ୩୦କୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ତାରିଖ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଙ୍ଗୋପସାଗରରେ ଦାନା ବାନ୍ଧିଛି ଲଘୁଚାପ :୧୮ ଓ ୧୯ ରେ ରାଜ୍ୟରେ ପ୍ରବଳ ବର୍ଷା

Thu May 14 , 2020
ବାସ୍ତବ ବ୍ୟୁରୋ-ବଙ୍ଗୋପସାଗରରେ ଦାନା ବାନ୍ଧିଛି ଲଘୁଚାପ  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍ ରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୮ ଓ ୧୯ ରେ  ପ୍ରବଳ ବର୍ଷା ହେବ । ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୁତ ହେଉଛି । ଏହି ଲଘୁଚାପ ବଳୟ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର […]

You May Like

Pin It on Pinterest