“ଆତ୍ମ ନିର୍ଭର ଭାରତ”ଦ୍ୱିତୀୟ କିସ୍ତି ପ୍ୟାକେଜ ଘୋଷଣା…

ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ଦ୍ୱିତୀୟ କିସ୍ତି ଘୋଷଣା କରିଛନ୍ତି । ଏହି ସ୍କିମ୍ ଦ୍ୱାରା ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ଉପକୃତ ହେବେ ।

ଏହି ସ୍କିମ୍ ଅନୁସାରେ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ । ପ୍ରତିବ୍ୟକ୍ତି, ବିନା କାର୍ଡଧାରୀଙ୍କୁ ବି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ମିଳିବ । ତେବେ ଏହାକୁ ଲାଗୁ କରିବାର ସଂପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ହେବ ବୋଲି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହା ଛଡ଼ା ଜୁନ ପହିଲାରୁ ସାରା ଦେଶରେ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ କରାଯିବ । ପ୍ରବାସୀ ଶ୍ରମିକମାନେ ଦେଶର ଯେଉଁ ରାଜ୍ୟରେ ଥାଆନ୍ତୁ ନା କାହିଁକି ସେମାନେ ଖାଦ୍ୟଶସ୍ୟ ପାଇପାରିବେ । ଏବଂ ଚଳିବ ବର୍ଷ ଅଗଷ୍ଟ ୨୩ ତାରିଖରୁ ରାଜ୍ୟମାନଙ୍କରେ ୬୭ କୋଟି ହିତାଧିକାରୀଙ୍କୁ ଏଥିରେ ପରିସରଭୁକ୍ତ କରାଯିବ । ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ରାସନ କାର୍ଡ କଭର କରାଯିବ ।

ମନରେଗା ଆଧାରରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମିଳିବ । ଏହାଦ୍ୱାରା ୨,୩୩ କୋଟି ଲୋକଙ୍କୁ ଲାଭ ମିଳିବ । ତେବେ ସର୍ବନିମ୍ନ ମଜୁରୀକୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୮୨ ଟଙ୍କା ମଜୁରୀ ମିଳୁଥିଲା ।

ଅର୍ଥମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଯେଉଁ କମ୍ପାନୀରେ ୧୦ ଜଣ ଶ୍ରମିକ କାମ କରନ୍ତି ସେମାନେ ଇଏସଆଇର ସୁବିଧା ପାଇବେ । ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଏକ ବଡ଼ ସମସ୍ୟା । ସମସ୍ତ କର୍ମଚାରୀଙ୍କ ବାର୍ଷିକ ହେଲଥ ଚେକଅପ ମଧ୍ୟ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଉଛି । ଦେଶରେ କେବଳ ୪୦ ପ୍ରତିଶତ ଶ୍ରମିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀର ଲାଭ ପାଉଥିବାରୁ ଶ୍ରମ ଆଇନରେ ସଂସ୍କାର ଆଣିବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ସେ କହିଛନ୍ତି ।

ସେହିଭଳି ସହରାଂଚଳ ଗରିବଙ୍କୁ ୧୧ ହଜାର କୋଟି ଟଙ୍କାର ସରକାରୀ ସହାୟତା ମିଳିବ । ସରହରାଂଚଳ ଗରିବଙ୍କ ପାଇଁ ରାଜ୍ୟ ସରକାର ରିଲିଫ ପାଣ୍ଠି ବ୍ୟବହାର କରିବାକୁ ଅନୁମତି ମିଳିଛି । ଯାହାଦ୍ୱାରା ସେମାନଙ୍କର ଖାଇବା ଏବଂ ରହିବା ବ୍ୟବସ୍ଥା କରାଯିବ । ସହରାଂଚଳରେ ରହୁଥିବା ବାସହରା ଲୋକଙ୍କୁ ସେଲଟର ହୋମରେ ତିନି ଓଳା ଖାଇକାକୁ ସଂପୂର୍ଣ୍ଣ ରୂପେ କ୍ରେନ୍ଦ୍ର ସରକାରଙ୍କ ଟଙ୍କାରୁ ଦିଆଯାଉଛି ।

ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସ୍କିମ୍ କରାଯାଇଛି । କମ୍ ଦରରେ ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସୁବିଧା ହୋଇଛି । ପିପିଇ ମୁଡ଼ରେ ଏହି ରେଣ୍ଟାଲ ହାଉସିଂ ସ୍କିମ୍ କରାଯିବ । ପ୍ରବାସୀ ଶ୍ରମିକଙ୍କୁ କମ୍ ଭଡ଼ାରେ ରହିବାକୁ ଘର ଯୋଗାଇ ଦିଆଯିବ ।

ଲକଡାଉନ ପରେ ବ୍ୟବସାୟ ଆରମ୍ଭ ପାଇଁ ଉଠା ଦୋକନୀଙ୍କୁ ଋଣ ମିଳିବ । ୫୦ଲକ୍ଷ ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଋଣ ଯୋଗାଯିବ । ଋଣ ଯୋଗାଣ ବାବଦରେ କେନ୍ଦ୍ର ସରକାର ୫ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।
ସେହିପରି ମଧ୍ୟବିତ୍ତଙ୍କ ପାଇଁ ଗୃହ ଋଣ ଯୋଜନା ଆଉ ବର୍ଷକ ପାଇଁ ସଂପ୍ରସାରିତ ହୋଇଛି । ୨୦୨୧ ମାର୍ଚ୍ଚ ମଧ୍ୟରେ ମଧ୍ୟବିତ୍ତ ନେଇପାରିବ ଋଣ ସୁବିଧା । ବାର୍ଷିକ ଆୟ ୬ରୁ ୧୮ଲକ୍ଷ ଟଙ୍କା ମଧ୍ୟରେ ଥବଲେ ଏହି ସୁବିଧା ନେଇପାରିବେ । ୨.୫ଲକ୍ଷ ମଧ୍ୟବିତ୍ତ ପରିବାରଙ୍କୁ ୭୦ହଜାର କୋଟିର ଋଣ ମିଳିବ । ଏହି ଋଣରେ ରିହାତି ସୁବିଧା ମଧ୍ୟ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ । ପୂର୍ବରୁ ୩ବର୍ଷ ପାଇଁ ଏହି ଯୋଜନା ଚାଲଇ ମାର୍ଚ୍ଚରେ ବନ୍ଦ ହୋଇଥିଲା

୩କୋଟି ଚାଷୀଙ୍କୁ ଶସ୍ତାରେ ୪ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି । ୨୫ଲକ୍ଷ ନୂଆ ଚାଷୀଙ୍କୁ କିଷାନ କ୍ରେଡ଼ିଟ କାର୍ଡ଼ ଦିଆଯାଇଛି । କିସାନ କ୍ରେଡ଼ିଟ କାର୍ଡ଼ରେ ୨୫ହଜାର କୋଟିର ଋଣ ବ୍ୟବସ୍ଥା ହୋଇଛି । କୃଷି ଋଣ ପରିଶୋଧ ଅବଧି ମେ ୩୧କୁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ଓ ଏପ୍ରିଲରେ ୬୩ଲକ୍ଷ ଚାଷୀଙ୍କୁ ଋଣ ମିଳିଛି । ୬୩ଲକ୍ଷ ଚାଷୀଙ୍କୁ ୮୬ହଜାର ୬୦୦କୋଟି ଟଙ୍କାର ଋଣ ମିଳିଛି । ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା କରାଯାଇଛି । ପ୍ରବାସୀ ଶ୍ରମିକଙ୍କ ପ୍ରତି ସ୍ୱରତନ୍ତ୍ର ଧ୍ୟାନ ଦିଆଯାଇଛି । ସହରାଞ୍ଚଳରେ ଥିବା ଗରିବଙ୍କୁ ୧୧ହଜାର କୋଟିର ସହାୟତା ଦିଆଯାଉଛି । ଏମଏସଏମଇ ପ୍ୟାକେଜରେ ଗରିବ ଶ୍ରମିକଙ୍କୁ ବି ସୁବିଧା ମିଳିବ ବୋଲି ସେ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri May 15 , 2020
୧-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ,ଚକ ଡେରାପାଇଁ ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଗ୍ୟାଂମାଳ । ୨-ରାଜ୍ୟରେ ଆଉ ୪୮ କୋରୋନା ସଂକ୍ରମଣ ଚିହ୍ନଟ ।ଗତକାଲି ରାତିରେ କେନ୍ଦ୍ରାପଡା ରେ ଚିହ୍ନଟ ହୋଇଥିଲେ ୧୩ ଜଣ ଏବେ ସୁଧ୍ୟା ରାଜ୍ୟର କୋରୋନା ସଂକ୍ରମଣ ସଂଖ୍ୟା ୬୭୨ ୩-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର। ୪-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ। ୫-ଆଜି ମଧ୍ୟାହ୍ନ […]

You May Like

Pin It on Pinterest