୧-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ,ଚକ ଡେରାପାଇଁ ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଗ୍ୟାଂମାଳ ।
୨-ରାଜ୍ୟରେ ଆଉ ୪୮ କୋରୋନା ସଂକ୍ରମଣ ଚିହ୍ନଟ ।ଗତକାଲି ରାତିରେ କେନ୍ଦ୍ରାପଡା ରେ ଚିହ୍ନଟ ହୋଇଥିଲେ ୧୩ ଜଣ ଏବେ ସୁଧ୍ୟା ରାଜ୍ୟର କୋରୋନା ସଂକ୍ରମଣ ସଂଖ୍ୟା ୬୭୨
୩-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର।
୪-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ।
୫-ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ, ଘଡ଼ଘଡ଼ି ସହ ହେବ କୁଆପଥର ବର୍ଷା।

୬-ସରପଞ୍ଚ ବି କରୋନା ଯୋଦ୍ଧା; ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ: ରାଜ୍ୟ ସରକାର।
୭-ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ।
୮-ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୯ ବୟସରେ ପରଲୋକ।
୯-‘ଆତ୍ମ ନିର୍ଭର ଭାରତ ଅଭିଯାନ’ରେ
ଗରିବ, ଶ୍ରମିକ ଓ କୃଷକ । ଆଗାମୀ ୨ ମାସ ପାଇଁ ସମସ୍ତ ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ, ୱାନ ନେସନ୍ ୱାନ ରାସନ କାର୍ଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।
୧୦-ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା , ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ମିଳିବ ଫାଇଦା । ଉପକୃତ ହେବେ ୫୦ ଲକ୍ଷ ରାସ୍ତାକଡ ଦୋକାନୀ ।
୧୧-ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବଲାଙ୍ଗୀର ଜିଲ୍ଲା ସଇଁତଲା ସରପଞ୍ଚ, ବ୍ଯବସାୟୀଙ୍କଠାରୁ ଆଦାୟ କଲେ ୨୭୦୦୦ ଟଙ୍କା ଜରିମାନା।
୧୨-ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି।ଶନିବାର ସନ୍ଧ୍ୟାରୁ ସାମୁଦ୍ରିକ ଝଡ଼ବାତ୍ୟା ରୂପନେବା ସମ୍ଭାବନା,୨୦ରେ ମାଡ଼ ହୋଇପାରେ ବାତ୍ୟା।
୧୩-ମୁମ୍ବାଇ ପୋଲିସ୍ଙ୍କୁ ଅକ୍ଷୟ କୁମାର ଦେଲେ ହଜାରେ ହାତ ବ୍ୟାଣ୍ଡ୍, କୋଭିଡ୍-୧୯ ସଂକ୍ରମଣ ସମ୍ପର୍କରେ ଦେବ ସୂଚନା।
୧୪-ଅକୃତକାର୍ଯ୍ୟ ହେଲେ ପୁଣିଥରେ ପରୀକ୍ଷା ଦେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ:CBSE



