ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ରୂପ ନେବ:ଉତ୍ତର ଉପକୂଳ ଓଡିଶାକୁ ବିପଦ…

ବାସ୍ତବ ବ୍ୟୁରୋ-ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ଏସଆରସି , ଡିଜିପି ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ, ଏନଡ଼ିଆରଏଫର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ରୂପ ନେବ । ଆସନ୍ତାକାଲି ସଂନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ବାତ୍ୟାର ରୂପ ନେବା ପରେ ଉତ୍ତର ପଶ୍ଚମ ଦିଗକୁ ଗତି କରି ରିକର୍ଭ କରିବ । ଉତର ବଙ୍ଗୋପସାଗର ଦେଇ ଗତି କରିବା ଯୋଗୁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହେବ ବୋଲି ସ୍ଫଷ୍ଟ କରିଦେଇଛନ୍ତି ଏସଆରସି ।

ବୈଠକ ଶେଷ ହେବା ପରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲାପାଳଙ୍କୁ ଓ ଅଫିସରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଛ କଟା ରାସ୍ତା ସଫା, ପିଇବା ପାଣି, ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି ।  କିଏ ଦାୟିତ୍ୱରେ ରହିବ ତାକୁ ନେଇ ବର୍ତ୍ତମାନ ଆଲୋଚନା ଚାଲିଛି । ଦୁଇ ଜଣ ଲେଖା ଶିକ୍ଷକ ପ୍ରତି ସାଇକ୍ଲୋନ ସେଣ୍ଟର ଦାୟିତ୍ୱରେ ରହିବେ । ବାତ୍ୟା ର ସ୍ଥିତି ଜାଣିବା ପରେ ଲୋକାଙ୍କୁ ସ୍ଥାନାନ୍ତରଣ କରାଯିବ ପ୍ରକ୍ରିୟା ଆରମ୍ଭ ହେବ ।

ମସ୍ୟଜୀବୀ ମାନେ ୧୭ ତାରିଖ ସୁଦ୍ଧା ସମୁଦ୍ର ରୁ ଫେରିବାକୁ ସେ କହିଛନ୍ତି । ସମୁଦ୍ର କୂଳରୁ ୩ କିମି ମଧ୍ୟରେ ଯିଏ ଅଛନ୍ତି ତାଙ୍କର କୋବିଡ଼ ଟେଷ୍ଟ କରି ହୋମ ଇସଲାସନ ରେ ରହିବାକୁ କୁହାଯାଇଛି. ଜଗତସିଂପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଜିଲାପାଳ ଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦେଶ । ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ସ୍ଥଳ ବିଶେଷରେ ଏହା ୬୫ କିମି ହୋଇପାରେ । ଉପକୂଳରେ ୧୯ ରୁ ବର୍ଷା ଓ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବା ବେଳେ ସ୍ଥଳବିଶେଷରେ ଏହା ସର୍ବାଧକ ୯୫ କିମି ଯାଏ ହୋଇପାରେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ଆତ୍ମନିର୍ଭର ଭାରତ"ତୃତୀୟ କିସ୍ତି-ପ୍ୟାକେଜ ଘୋଷଣା...।

Fri May 15 , 2020
ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ତୃତୀୟ କିସ୍ତି ଘୋଷଣା କରିଛନ୍ତି ।ତୃତୀୟ ପର୍ଯ୍ୟାୟ ଘୋଷଣାରେ କୃଷି, ଗୋପାଳନ, ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦିଆଯାଇଛି । କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ ।  ଅଧିକ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ, ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ଏହି ଟଙ୍କା […]

You May Like

Pin It on Pinterest