“ଆତ୍ମନିର୍ଭର ଭାରତ”ତୃତୀୟ କିସ୍ତି-ପ୍ୟାକେଜ ଘୋଷଣା…।

ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ତୃତୀୟ କିସ୍ତି ଘୋଷଣା କରିଛନ୍ତି ।ତୃତୀୟ ପର୍ଯ୍ୟାୟ ଘୋଷଣାରେ କୃଷି, ଗୋପାଳନ, ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦିଆଯାଇଛି ।

କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ ।  ଅଧିକ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ, ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ ।କୃଷି କ୍ଲଷ୍ଟର ପାଇଁ ୧୦ ହଜାର କୋଟି ଟଙ୍କା ଘୋଷଣା । ସ୍ଥାନୀୟ ଉତ୍ପାଦନ ପ୍ରଚାର ପାଇଁ ୧୦ହଜାର କୋଟି ଫଣ୍ଡ ହେବ । ସ୍ଥାନୀୟ ଉତ୍ପାଦର ପ୍ରଚାର ପାଇଁ ଏହି ଫଣ୍ଡ ଖର୍ଚ୍ଚ ହେବ । ହର୍ବାଲ, ଅର୍ଗାନିକ ଓ ପୋଷାକ ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯାଇଛି । ତେଲେଙ୍ଗାନାରେ ହଳଦୀ, ଆନ୍ଧ୍ରରେ ଲଙ୍କା, କାଶ୍ମୀରରେ କଶର, କର୍ଣ୍ଣାଟକରେ ରାଗିକୁ ନେଇ କ୍ଲଷ୍ଟର ହେବ । ତେବେ ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟି ଅନୁଦାନ ଦିଆଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

୫୩ କୋଟି ଗୋରୁଗାଈଙ୍କୁ ଟୀକା ଦିଆଯିବ । ଗୃହପାଳିତ ପଶୁଙ୍କ ଜୀବନ ବଞ୍ଚାଇବ ପାଇଁ ୧୪, ୩୪୩ କୋଟି ଟଙ୍କା ଦିଆଯିବ । ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ୧୫ହଜାର କୋଟି । ମହୁ ଚାଷ ପାଇଁ ୫୦୦ କୋଟି ଘୋଷଣା କରାଯାଇଛି । ୨ ଲକ୍ଷ ମହୁ ଚାଷୀ ଙ୍କ ପାଇଁ ଘୋଷଣା ।

ମତ୍ସ୍ୟଚାଷ ପାଇଁ ୨୦ ହାଜର କୋଟି ଘୋଷଣା କରିଥିବାବେଳେ ଶୀତଳ ଭଣ୍ଡାର, ମାଛ ମଣ୍ଡି, ମାଛ ଚାଷ ପାଇଁ ଭିତ୍ତିଭୂମି ଏବଂ ଉତ୍ପାଦନ ପାଇଁ ଅର୍ଥ ମଂଜୁର । ଆଗାମୀ ଦିନରେ ୫୫ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ରୋଜଗାର ମିଳିବ ।

ଏକ ଗୁରୁତ୍ୱପୂର୍ଣ ଘୋଷଣା କ୍ରମେ ସରକାର ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରିବା ସଂପର୍କରେ ଘୋଷଣା କରିଛନ୍ତି । ଏହି ସଂଶୋଧନ ଅନୁସାରେ ଖାଦ୍ୟଶସ୍ୟ, ଖାଇବାତେଲ, ତୈଳବୀଜ,ଡାଲି, ପିଆଜ ଓ ଆଳୁକୁ ଏହି ଆଇନ ନିୟନ୍ତ୍ରଣରୁ ମୁକ୍ତ ରଖାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat May 16 , 2020
୧-ଆଜି ନୂଆ ୬୫ ଜଣ କୋରୋନା ସଂକ୍ରମଣ ଚିହ୍ନଟ, ସେଥିମଧ୍ୟରୁ ଗଞାମ ୧୩ ଜଣ, ଖୋର୍ଦ୍ଧା ରେ ୩,କଟକ ୬,ପୁରୀ ୪ ଜଣ ଓ ମୟୁରଭଞ୍ଜ ୨ ଚିହ୍ନଟ ହୋଇଥିବା ବେଳେ, ସର୍ବାଧିକ ଯାଜପୁର ରେ ୩୧, ନୟାଗଡ଼ ରୁ ୨, କେନ୍ଦ୍ରାପଡା ୪ ।ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୭୩୭ ,ସେଥିମଧ୍ୟରୁ ୫୬୮ସକ୍ରିୟ ଅଛନ୍ତି । ୨- ଗତ କାଲି ସନ୍ଧ୍ୟା ସୁଦ୍ଧା ଗୁଜରାଟ, […]

You May Like

Pin It on Pinterest