ଆଜିର ଖାସ୍ ଖବର

୧-ଆଜି ନୂଆ ୬୫ ଜଣ କୋରୋନା ସଂକ୍ରମଣ ଚିହ୍ନଟ, ସେଥିମଧ୍ୟରୁ ଗଞାମ ୧୩ ଜଣ, ଖୋର୍ଦ୍ଧା ରେ ୩,କଟକ ୬,ପୁରୀ ୪ ଜଣ ଓ ମୟୁରଭଞ୍ଜ ୨ ଚିହ୍ନଟ ହୋଇଥିବା ବେଳେ, ସର୍ବାଧିକ ଯାଜପୁର ରେ ୩୧, ନୟାଗଡ଼ ରୁ ୨, କେନ୍ଦ୍ରାପଡା ୪ ।ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୭୩୭ ,ସେଥିମଧ୍ୟରୁ ୫୬୮ସକ୍ରିୟ ଅଛନ୍ତି ।

୨- ଗତ କାଲି ସନ୍ଧ୍ୟା ସୁଦ୍ଧା ଗୁଜରାଟ, ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ,କର୍ଣ୍ଣାଟକ, ପ୍ରଭୃତି ରାଜ୍ୟରୁ ୧୯୬୮ ଜଣ ପ୍ରବାସୀ କେନ୍ଦ୍ରାପଡା ଜିଲ୍ଲାକୁ ଫେରିଛନ୍ତି । କାଲି ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ସର୍ବାଧିକ ଗରଦପୁର ବ୍ଲକ କୁ ୩୦୩ ଜଣ, ପଟ୍ଟାମୁଣ୍ଡାଇ ବ୍ଲକକୁ ୨୯୬ ଜଣ, ମହାକାଳପଡ଼ା ୧୪୬ ଜଣ, ମାର୍ଶାଘାଇ ୨୦୨ ଜଣ, ରାଜନଗର ୨୦୩ ଜଣ, ରାଜକନିକା ୨୦୮ ଜଣ, ଆଳି ୨୬୫ ଜଣ, ଡେରାବିଶ ୨୬୧ ଜଣ ,ଆସିଥିବା ବେଳେ ସବୁଠୁ କମ୍ ୮୪ ଜଣ ପ୍ରବାସୀ କେନ୍ଦ୍ରାପଡା ବ୍ଲକର ବୋଲି ଜଣାପଡ଼ିଛି ।

୩-କୋଭିଡ୍-୧୯ ମୁକାବିଲାରେ ସରପଞ୍ଚମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ଆଗଧାଡିର ଯୋଦ୍ଧା ଭାବେ ବର୍ଣ୍ଣନା କରିଛନ୍ତି। ସେମାନଙ୍କ ପରିବାରର ହିତ ପାଇଁ ପୂର୍ବ ଘୋଷିତ ୫୦ ଲକ୍ଷ ଟଙ୍କାର ସହାୟତା ଯୋଜନାରେ ସରପଞ୍ଚମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

୪-କୋହଳ ହେବ ତାଲାବନ୍ଦ ୪.୦, ରାଜ୍ୟ ସରକାର ହାତରେ ରହିବ କ୍ଷମତା।

୫-ସ୍କୁଲ୍‌ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ପ୍ରଥମରୁ ଅଷ୍ଟମ ଯାଏ ସମସ୍ତେ ପାସ୍‌, ନବମ ଓ ଏକାଦଶ ଶ୍ରେଣୀ ପାଇଁ ଦେଖାଯିବ ଷାଣ୍ମାସିକ ଓ ୟୁନିଟ୍‌ ଟେଷ୍ଟର ମାର୍କ।

୬-ଓଡ଼ିଶା ମାଟିରେ ଚାଳିକି ଯିବେନି ଶ୍ରମିକ, ନିକଟସ୍ଥ ଥାନାକୁ ଯୋଗାଯୋଗ କରିବାକୁ ଡ଼ିଜିଙ୍କ ପରାମର୍ଶ।

୭-ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମାଟ୍ରିକ୍‌ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବା ବନ୍ଦୋବସ୍ତ କର।

୮-ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ।

୯-କରୋନା କାରଣରୁ ବଦଳିଲା ଓଡ଼ିଶା ହାଇକୋର୍ଟ ଆଇନଜୀବିଙ୍କ ଡ୍ରେସ କୋର୍ଡ।କଳା କୋର୍ଟ ଏବଂ ଗାଉନ ବଦଳରେ ଧଳାସାର୍ଟ, ସଲଓ୍ବାର କମିଜ୍ ପିନ୍ଧିବାକୁ ପରାମର୍ଶ।

୧୦-୨୨ରେ ଦେଶବ୍ୟାପୀ ଧର୍ମଘଟ କରିବେ ୧୦ଟି ଟ୍ରେଡ୍ ୟୁନିଅନ, ଶ୍ରମ ଆଇନର ସସ୍ପେନସନକୁ ବିରୋଧ।

୧୧-ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଜୁନ ୫ ରେ କେରଳ ଛୁଇଁବ ।

୧୨-ଆତ୍ମନିର୍ଭର ପ୍ୟାକେଜର ତୃତୀୟ ପର୍ଯ୍ୟାୟ : କୃଷି ପାଇଁ ବିନିଯୋଗ କରାଯିବ ୧ ଲକ୍ଷ କୋଟି ଟଙ୍କା।

୧୩-ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’: ୧୯ ବେଳକୁ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା।୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି।

୧୪-ଆଜିଠାରୁ ୨ୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ : ସ୍ବଦେଶ ଫେରିବା ପାଇଁ ୧ଲକ୍ଷ ୮୮ହଜାରରୁ ଅଧିକ ଭାରତୀୟଙ୍କ ପଞ୍ଜିକରଣ।

୧୫-ଭୁବନେଶ୍ୱର: ମହଙ୍ଗା ଭତ୍ତାରେ ୧୦% ବୃଦ୍ଧି ମଞ୍ଜୁର,୨୦୧୯ ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ।

୧୬-କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ଜଣ ଛୋଟ ପିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun May 17 , 2020
୧-କେନ୍ଦ୍ରାପଡା : ଜିଲ୍ଲାରେ ଆଉ ଏକ ପଜିଟିଭ୍ ସୁରତ ଫେରନ୍ତା । ଗତକାଲି ଯେଉଁ ଟିଏମସିରୁ ସୁରତ ଫେରନ୍ତା ପଜିଟିଭ୍ ମିଳିଥିଲେ ଆଜି ବି ସେଇଠୁ ମିଳିଲେ । ଜିଲ୍ଲାର ମୋଟ ପଜିଟିଭ୍ ସଂଖ୍ୟା ୨୭ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୨୪ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ । ନୂତନ ପଜିଟିଭ୍ ଜଣକ ମହାକାଳପଡା ବ୍ଲକ ଅଞ୍ଚଳରୁ ଠାବ । ୨-କରୋନା ମୁକାବିଲା ତଥା ଲକ୍ ଡାଉନ୍ କଟକଣା […]

You May Like

Pin It on Pinterest