୧-କେନ୍ଦ୍ରାପଡା : ଜିଲ୍ଲାରେ ଆଉ ଏକ ପଜିଟିଭ୍ ସୁରତ ଫେରନ୍ତା । ଗତକାଲି ଯେଉଁ ଟିଏମସିରୁ ସୁରତ ଫେରନ୍ତା ପଜିଟିଭ୍ ମିଳିଥିଲେ ଆଜି ବି ସେଇଠୁ ମିଳିଲେ । ଜିଲ୍ଲାର ମୋଟ ପଜିଟିଭ୍ ସଂଖ୍ୟା ୨୭ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୨୪ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ । ନୂତନ ପଜିଟିଭ୍ ଜଣକ ମହାକାଳପଡା ବ୍ଲକ ଅଞ୍ଚଳରୁ ଠାବ ।
୨-କରୋନା ମୁକାବିଲା ତଥା ଲକ୍ ଡାଉନ୍ କଟକଣା ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ୨୦୧୯-୨୦ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି।

୩-ଆଜି କେନ୍ଦ୍ରାପଡା ବ୍ଲକ, ଭାଗବତପୁର ପଂଚାୟତ ରେ ମାନ୍ୟବର ବିଧାୟକ ଶଶୀଭୂଷଣ ବେହେରାଙ୍କ ସହଯୋଗ ରେ ,ପଟକୁରା ଗ୍ରାମରେ ପଂଚାୟତର ବିଜେଡି କର୍ମୀ ତଥା ଉତ୍ସାହି କୋରୋନା ଯୋଦ୍ଧା ମାନେ ,ଲୋକମାନଙ୍କୁ କୋରୋନା ସଚେତନତା ବାର୍ତ୍ତା ଦେବା ସହ ,ମାସ୍କ,ସାନିଟାଇଜର୍, ତଥା ବ୍ଲିଚିଂ ବଣ୍ଟନ କରିଥିଲେ ।

୪-ଭୁବନେଶ୍ୱର: ରାଜ୍ୟରେ ୭୩୭ ଛୁଇଁଲା ସଂକ୍ରମଣ, ସୁସ୍ଥ ହେଲେଣି ୧୯୬।ଦେଶରେ ସଂକ୍ରମଣ ୮୬ହଜାର ଛୁଇଁଲା।
୫-ଭୁବନେଶ୍ୱର:ବଢ଼ିଲା ଭ୍ୟାଟ୍, ମହଙ୍ଗା ହେଲା ପେଟ୍ରୋଲ୍ ଓ ଡିଜେଲ୍, ଭାଟ ବୃଦ୍ଧି ପରେ ପେଟ୍ରୋଲ୍ ଦର ୩ଟଙ୍କା ୧୧ ପଇସା ଏବଂ ଡିଜେଲ୍ ଦର ୧ଟଙ୍କା ୦୩ ପଇସା ବୃଦ୍ଧି ପାଇଛି।
୬-ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କରୋନା ଗାଇଡଲାଇନ୍ ଅନୁସାରେ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବିକ୍ରି କାର୍ଯ୍ୟ ସମାପ୍ତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା।
୭- ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ୧,୩୩,୨୪୫ ଜଣ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି।

୮-ବାତ୍ୟା ଅମ୍ଫନ୍ – ମେ’ ୧୮ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା,୨୦ରେ ଲ୍ୟାଣ୍ଡ ଫଲ।ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ପବନର ବେଗ ୭୫-୮୫ କି.ମି. ସମ୍ଭାବନା ।
୯-ସୁନା ଭରି ୪୮୦୦୦ ଟପିଲା,ରୂପା କିଲୋପ୍ରତି ୨୦୦୦ଟଙ୍କା ବଢ଼ିଲା।
୧୦-ବାତ୍ୟା ପାଇଁ ଓଡ୍ରାଫ୍ ୨୦ ଟି ଦଳ, ଏନ୍.ଡି.ଆର୍.ଏଫ୍ ର ୧୭ ଟି ଦଳ ଏବଂ ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନାର ୩୩୫ ୟୁନିଟ୍ ପ୍ରସ୍ତୁତ।
୧୧-ପଞ୍ଜାବରେ ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ଡାଉନ୍, ହଟିଲା କର୍ଫ୍ୟୁ।
୧୨-କିରାସିନି ଯାଞ୍ଚ ହେବ କଡ଼ାକଡ଼ି : ଜିଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ।
୧୩-ଆତ୍ମନିର୍ଭର ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା : କୋଇଲା ଖଣିର ହେବ ଖୋଲା ନିଲାମ।
୧୪-ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ । ସେନାକୁ ମିଳିବ ଅଧିକ ଶକ୍ତି, ଅତ୍ୟାଧୁନିକ ସହ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବ ଭାରତ । ପ୍ରତିରକ୍ଷା ପାଇଁ କେନ୍ଦ୍ରର ଅଲଗା ବଜେଟ ।
୧୫-ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟଶସ୍ୟ ଯୋଗାଣ ଲାଗି ଆତ୍ମନିର୍ଭର ଭାରତ ଯୋଜନାର ଶୁଭାରମ୍ଭ।୮କୋଟି ପ୍ରବାସୀ ଶ୍ରମିକମାନଙ୍କୁ ଏହି ଯୋଜନାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।