୧-ନୂଆ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ କୁ ବୃଦ୍ଧି। ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୫୩ ରେ ପହଞ୍ଚିଥିବା ବେଳେ ୩୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି ।
୨-ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ବର
ଜିଲାପାଳଙ୍କୁ ,୪୮ ଘଣ୍ଟା ମଧ୍ୟରେ ’ଅମ୍ପନ’ କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର।
୩-ବାର ଘଣ୍ଟା ଡରେଇଲା ଅମ୍ଫନ୍, ଗାଁ ରେ ୨୦ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ । ରାତିରେ ଶୋଇଲେନି ଲୋକେ।
୪-ଅମ୍ଫାନ୍ ବାତ୍ୟା ତାଣ୍ଡବ ବେଳେ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ରାଜ୍ୟରେ ୩୬ କରୋନା ଆକ୍ରାନ୍ତ ସୁସ୍ଥ।ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩୪୩କୁ ବୃଦ୍ଧି ।

୫-ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରାଧାଦେଇପୁର ପଞ୍ଚାୟତର ସରପଞ୍ଚ ଆଶିଷ ରଂଜନ ଚୌଧୁରୀ। ସାବାସ ! ସରପଞ୍ଚ ହେବ ତ ଏମିତି, ଏ ଝଡ଼ ବର୍ଷାରେ ବି ନିଜେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ନେଇ ବାଣ୍ଟିଲେ ରନ୍ଧା ଖାଦ୍ୟ।
୬-ଏବେ ସଂପୂର୍ଣ୍ଣ ସୌର ଶକ୍ତିରେ ଆଲୋକିତ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହର।
୭-ଘଷିହେଇ ପଳାଇଲା ଅମ୍ଫନ୍, ରାଜ୍ୟରେ ୫ଜଣଙ୍କ ମୃତ୍ୟୁ ଅଭିଯୋଗ, ହଜାର ହଜାର ଗଛଉପୁଡିଲା,କଚ୍ଚାଘର ଛପର ଉଡିଲା।
୮-CBSE ଓ ICSE ଦଶମ, ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଲକ୍ ଡାଉନ୍ କଟକଣା ମୁକ୍ତ ଘୋଷଣା କଲେ କେନ୍ଦ୍ର ସରକାର।
୯-ମେ ୨୫ ରୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ଉଡାଣ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଦେଲେ ସୂଚନା।
୧୦-ମହାକାଳପଡ଼ା:୨୨ ଗଛ କାଟି ଗର୍ଭବତୀଙ୍କୁ ଡ଼ାକ୍ତରଖାନା ନେଲେ ଅଗ୍ନିଶମ ବାହିନୀ; ବାଟରେ ଆମ୍ବୁଲାନ୍ସରେ ଜନ୍ମ ନେଲା କନ୍ୟା ଶିଶୁ,ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଲେ ଧନ୍ୟବାଦ, ନବଜାତର ଉଜ୍ବଳ ଭବିଷ୍ୟତ କାମନା କଲେ।
୧୧-ଜେନେଭା:ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆସନ୍ତା ୨୨ରେ WHOର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ।
୧୨-ଜୁନ-୫ ପରେ ନୂଆ ପରୀକ୍ଷା ସୂଚୀ ଜାରି କରିବ UPSC।