ବାସ୍ତବ ବ୍ୟୁରୋ–‘ଅମ୍ପାନ’ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ସମୀକ୍ଷା କରିବା ନିମନ୍ତେ, ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାରେ ପ୍ରଭାବିତ ହୋଇଥିବା ୪ ଟି ଜିଲ୍ଲା-ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁର, ସେ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ । ଏଠାରେ ଅମ୍ପନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଦେଖିବା ସହ ରିଲିଫ ଓ ପୁନଃ ଥଇଥାନ ବାବଦରେ ଉଭୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଇ ସ୍ଥିତି ତଦାରଖ କରିଥିଲେ ।
Next Post
ଆଜିର ଖାସ୍ ଖବର
Fri May 22 , 2020
୧-ଆଜି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି, ଜନସମାଗମକୁ ଲଗାଗଲା ରୋକ। ୨-୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା, ଜୁଲାଇ ସୁଦ୍ଧା ଫଳାଫଳ। ୩-ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ ଦିନରେ ପହଞ୍ଚିଥିଲା ଶହେରେ; ୫୦୦ ଛୁଇଁଲା ୨ ମାସରେ । ପରବର୍ତୀ ୫୦୦ ମାତ୍ର ୮ ଦିନରେ।ଜୁନ୍ ଶେଷ ସୁଦ୍ଧା ୧୦ ହଜାର ଛୁଇଁବ : […]

You May Like
-
6 years ago
ରାଜନୀତିରେ ମୀରା ।
-
6 years ago
ଆଜିର ଖାସ୍ ଖବର
-
2 years ago
ଓଡିଶା-ଆନ୍ଧ୍ର ସୀମାରେ ବଡ ଟ୍ରେନ୍ ଦୁର୍ଘଟଣା
-
4 years ago
ଆଜିର ଖାସ୍ ଖବର