ଆଜିର ଖାସ୍ ଖବର

୧-ଆଜି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି, ଜନସମାଗମକୁ ଲଗାଗଲା ରୋକ।

୨-୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା, ଜୁଲାଇ ସୁଦ୍ଧା ଫଳାଫଳ।

୩-ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ ଦିନରେ ପହଞ୍ଚିଥିଲା ଶହେରେ; ୫୦୦ ଛୁଇଁଲା ୨ ମାସରେ । ପରବର୍ତୀ ୫୦୦ ମାତ୍ର ୮ ଦିନରେ।ଜୁନ୍ ଶେଷ ସୁଦ୍ଧା ୧୦ ହଜାର ଛୁଇଁବ : ସ୍ବାସ୍ଥ୍ୟ ବିଶେଷଜ୍ଞ

୪-ଅମ୍ଫନ୍ ର ମହାତାଣ୍ଡବ: ପଶ୍ଚିମବଙ୍ଗରେ ୭୨,ବାଙ୍ଗାଦେଶରେ ୧୦ ଓଡ଼ିଶାରେ ୨ ମୃତ।ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାତ୍ୟାଞ୍ଚଳ କରିବେ ପରିଦର୍ଶନ।

୫-ଜୁଲାଇ ପହିଲାରୁ +୩ ଏବଂ ପିଜି ନାମଲେଖା ଆରମ୍ଭ ହେବ।

୬-ରାଜ୍ୟର ୮୯ ବ୍ଲକ୍,୧୫୦୦ ପଞ୍ଚାୟତ ଓ ୬୭୪୫ ଗ୍ରାମ ଅମ୍ଫନ୍ ଯୋଗୁଁ ପ୍ରଭାବିତ।୪୪ଲକ୍ଷ କ୍ଷତିଗ୍ରସ୍ତ, ସ୍ଥିତି ସୁଧାରିବାକୁ ଚାଲିଛି ଉଦ୍ୟମ।

୭-ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ଦେଲେ ନିର୍ଦ୍ଦେଶ।

୮-ପାଟଣା ବ୍ଲକ:ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ।

୯-ଖୋର୍ଦ୍ଧା ରେଲ୍‌ୱେ ଡିଭିଜନ୍‌ରେ ଖୋଲିବ ୧୨ କାଉଣ୍ଟର, ଆଜିଠାରୁ ମିଳିବ ଟ୍ରେନ୍‌ ରିଜର୍ଭ ଟିକଟ।

୧୦- ଟ୍ରେନ ଟିକେଟ ଵୁକିଂ ଆରମ୍ଭ ହେବାର ୨ ଘଣ୍ଟାରେ ବିକ୍ରି ହେଲା ୧ ଲକ୍ଷ ରୁ ଅଧିକ ଟିକେଟ।

୧୧-ଯେତେ କମ ସଂଖ୍ୟକ ସେବାୟତ ମାନଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଆୟୋଜିତ ହେବ, ସେ ନେଇ ବୈଠକରେ ହେଲା ନିଷ୍ପତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆରବିଆଇ ପକ୍ଷରୁ ଏକ ବଡ଼ ଘୋଷଣା, ଆଉ ୩ମାସ ଘୁଂଚିଲା ଋଣ କିସ୍ତି

Fri May 22 , 2020
ବାସ୍ତବ ବ୍ୟୁରୋ-ଆଜି ଭିଡିଓ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରାଯାଇ ଅଛି । ଏବଂ ୩. ୭୫%ରୁ ୩. ୫୫%କୁ ହ୍ରାସ କରାଯାଇ ରିଜର୍ଭ ବ୍ୟାଙ୍କ୍‌ର ରିଜର୍ଭ ରୋପୋ ରେଟ୍‌ରେ ସମନ୍ବୟ ଅଣାଯାଇ ଅଛି । ଛଅଜଣ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟିରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ କାଟ […]

You May Like

Pin It on Pinterest