୪୫ ଡିଗ୍ରି ଟପିଲା ଟିଟିଲାଗଡ଼ର ତାପମାତ୍ରା : ୪୧ ଡିଗ୍ରି ଉପରେ ରାଜ୍ୟର ୧୨ଟି ସହର,

ବାସ୍ତବ ବ୍ୟୁରୋ– ଆଜି ଟିଟିଟାଲଗଡ଼ରେ ସର୍ବାଧିକ ୪୫.୫ ଡି୍ରଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣାରେ ୪୪.୨ ଡିଗ୍ରି, ତାଳଚେରରେ ୪୩.୮ ଡିଗ୍ରି, ବଲାଙ୍ଗୀରରେ ୪୩.୫ ଡିଗ୍ରି, ମାଲକାନଗିରିରେ ୪୩ ଡିଗ୍ରି, ସମ୍ବଲପୁରରେ ୪୨.୬ ଡିଗ୍ରି, ବୌଦ୍ଧରେ ୪୨.୫ ଡିଗ୍ରି, ହୀରାକୁଦ, ସୋନପୁର ଓ ଝାରସୁଗୁଡ଼ାରେ ୪୨.୨ଡିଗ୍ରି, ପାରଳାଖେମୁଣ୍ଡିରେ ୪୨ ଡିଗ୍ରି ଓ ଫୁଲବାଣୀରେ ୪୧.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ୧୨ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରି ବଢ଼ିବ । ଆଗାମୀ ୪ ଦିନ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି । ଏଥି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅନ୍-ଲାଇନରେ ଘରେ ପହଞ୍ଚିବ ମଦ : ଆପଣମାନେ ଖୁସି ତ?

Sat May 23 , 2020
ବାସ୍ତବ ବ୍ୟୁରୋ– ଆସନ୍ତା କାଲିଠାରୁ ଅନ୍-ଲାଇନରେ ଅଡର୍ କଲେ ଆପଣଙ୍କ ଘରେ ପହଂଚିବ ମଦ । ଓଡିଶା ଅବକାରୀ ନିୟମ-୨୦୧୭ ରେ ଆବଶ୍ୟକୀୟ ପରିବର୍ତନ କରି, ଓଡିଶା ଅବକାରୀ ବିଭାଗ ପକ୍ଷରୁ ଏଇ ସୁବିଧା ଉପଲବ୍ଧ କରାଯାଇଅଛି । ମଦ ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ, ଘରୋଇ କମ୍ପାନି ଜମାଟୋ ଓ ସ୍ୱିଗିକୁ ଅନୁମତି ପ୍ରଦାନ କରିଅଛନ୍ତି । ଏ ନେଇ ଆଜି ଅବକାରୀ କମିସନର […]

You May Like

Pin It on Pinterest