ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି ଳୋକସଭା ଓ ୫ ଟି ବିଧାନସଭା ପାଇଁଁ ସୋମବାର ନାମାଙ୍କନ ଦାଖଳ ପ୍ରକ୍ରିୟା ଶେଷ ହୋଇଛି। କଳାହାଣ୍ଡି ର ଆରାଧ୍ୟ ଦେବି ମାଁ ମାଣିକେଶ୍ବରି ମନ୍ଦିର ରୁ ସମସ୍ତ ପ୍ରାର୍ଥୀ ମାନେ ପୁଜା ପାଠ ପରେ ସମର୍ଥକ ସହ ଶୋଭାଯାତ୍ରା କରି ନାମାଙ୍କନ ପାଇଁଁ ବାହାରି ଥିଲେ।

ଲୋକସଭା ପ୍ରାର୍ଥୀ ପାଇଁଁ ବିଜେଡି ରୁ ପୁଷ୍ପେନ୍ଦ୍ର ସିଂଦେଓ ବିଜେପି ରୁ ବସନ୍ତ କୁମାର ପଣ୍ଡା କଂଗ୍ରେସ ରୁ ଭକ୍ତଚରଣ ଦାସ କଳାହାଣ୍ଡି ଜିଲ୍ଳାପାଳ ଅଫିସରେ ନିର୍ବାଚନ ଅଧିକାରି ଙ୍କ ନିକଟରେ ନାମାଙ୍କନ ଦାଖଳ କରିଥିବା ବେଳେ ଲାଞ୍ଚିଗଡ,ଭବାନୀପାଟଣା ଓ ନର୍ଳା ବିଧାନସଭା ପାଇଁଁ ବିଧାୟକ ପ୍ରାର୍ଥୀ ମାନେ ନାମାଙ୍କନ କରିଛନ୍ତି।

ସେହିପରି ଧର୍ମଗଡ ଠାରେ ଧର୍ମଗଡ ଓ ଜୁନାଗଡ ନିର୍ବାଚନ ମଣ୍ଡଳି ପାଇଁଁ କଂଗ୍ରେସରୁ ଅନିଲ ସିଂଦେଓ,ବିଜେଡି ରୁ ଦିବ୍ୟଶଙ୍କର ମିଶ୍ର,ବିଜେପି ରୁ ମନୋଜ ମେହେର ଓ ଧର୍ମଗଡରୁ ବିଜେଡି ରୁ ମୈାଷୁଧି ବାଗ, ବିଜେପି ରୁ ଅନନ୍ତ ନାରାୟଣ ଦେଓ,କଂଗ୍ରେସରୁ ଦିଗାମ୍ବର ଦୁରିଆ,ସ୍ବାଧିନ ଭାବେ ବିଜେପି ର ଅସନ୍ତୋଷ ପ୍ରାର୍ଥୀ ରବିନ୍ଦ୍ର ପାଟ୍ଟଯୋଷି ଓ ଅନ୍ୟାନ୍ୟ ଦଳିୟ ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ଗହଣରେ ଆସି ନାମାଙ୍କନ ପତ୍ର ଦାଖଳ କରିଥିଲେ।




