ଆଜିର ଖାସ୍ ଖବର

୧-୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି ।

୨-ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ।

୩ -ଜୁଲାଇ ପହିଲାରୁ ଅଷ୍ଟମ ଶ୍ରେଣୀଠାରୁ ପାଠପଢ଼ା ଆରମ୍ଭ ପାଇଁ ଯୋଜନା। ପ୍ରଥମେ ଗ୍ରୀନ,ଅରେଞ୍ଜ ଜୋନ୍ ରେ ସାମାଜିକ ଦୂରତ୍ବ ବଜାୟ ସହିତ ୩୦% ଉପସ୍ଥାନରେ ଖୋଲିବ ସ୍କୁଲ।

୪-କିସ୍ ର ୩୦,୦୦୦ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଖାଦ୍ୟ ଓ ପାଠ୍ଯୋପକରଣ ୨୫ ଟି ବସ୍ ଯୋଗେ ପଠାଯାଇଛି। ନିର୍ଦ୍ଧାରଣ କରାଯାଇଥିବା ସ୍ଥାନରେ ଅଭିଭାବକମାନେ ଏସବୁ ସାମଗ୍ରୀ ଗ୍ରହଣ କରିବେ।

୫-ଆଜିଠୁ ଗଡ଼ିବ ‘ମୋ ବସ୍’ । ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ସାତଟି ରୁଟ୍ ଦେଇ ଚାଲିବ ବସ୍ । ପ୍ରତି ଅଧଘଣ୍ଟାରେ ଏହି ରୁଟଗୁଡ଼ିକରେ ପାଇବେ ବସ୍, ମାସ୍କ ନ ପିନ୍ଧିଲେ ବସ ଭିତରକୁ ଚଢ଼ିବା ମନା ।

୬ -ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ୬୦ଟି ସେଣ୍ଟରରେ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା।45 ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ।

୭-ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ, ଚୂଡ଼ାନ୍ତ ହେଲା ତାଲିକା।

୮-ଲକଡାଉନ ମଧ୍ୟରେ ରାମଲାଲାଙ୍କ ଉପରେ ଟଙ୍କା ବର୍ଷା କରିଲେ ଭକ୍ତ, ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଦାନ କଲେ 4.60 କୋଟି ଟଙ୍କା।

୯-ଭୁବନେଶ୍ୱର: ଗତ କାଲିଠୁ ଗଡିଲାଣି ଅଟୋ,ହେଲେ ବଇନି ହେଉନି।

୧୦-ଭୂକମ୍ପରେ ଥରିଲା ଉତ୍ତର-ପୂର୍ବ ଭାରତ: ରିକ୍ଟର ସ୍କେଲରେ ୫.୫।

୧୧-ଆତ୍ମନିର୍ଭର ଭାରତ ଯୋଜନାରେ MSME ଜରିଆରେ ସୃଷ୍ଟି ହେବ ୫ କୋଟି ଚାକିରି – ଗଡ଼କରୀ

୧୨-ଲଦାଖ ସୀମାରେ ଉତ୍ତେଜନା ଜାରି: ସୀମାରେ ଚୀନର ୫ ହଜାର ସେନା ମୂତୟନ ପରେ ଜବାବରେ ସୈନ୍ୟ ସଂଖ୍ୟା ବଢ଼ାଇଲା ଭାରତ ।

୧୩-ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବକୁ ମିଳିଲା ସବୁଜ ସଙ୍କେତ, ୭ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ ଶିବ ବିବାହ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ,୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ,ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ...

Tue May 26 , 2020
ବାସ୍ତବ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଯେ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ଅଛି । ସେଥିପାଇଁ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ଏହି ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି […]

You May Like

Pin It on Pinterest