ରାଜ୍ୟ ସରକାର ବାତିଲ୍‌ କଲେ +୩ ଓ ପିଜି ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା….

ବାସ୍ତବ ବ୍ୟୁରୋ :ଆଜି ରାଜ୍ୟ ସରକାର +୩ ଛାତ୍ରଛାତ୍ରୀମାନଙ୍କର ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍‌ ଓ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କର ଦ୍ବିତୀୟ ସେମିଷ୍ଟାର୍ ପରୀକ୍ଷା‌କୁ ବାତିଲ୍‌ କରିଛନ୍ତି । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ଭାଇସଚାନ୍‌ସେଲର୍‌ଙ୍କ ସହ ମନ୍ତ୍ରୀଙ୍କର ହୋଇଥିବା ଭିଡିଓ କନ୍‌ଫରେନ୍ସଂ ବୈଠକ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଛି ।ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ବିକଳ୍ପ ବ୍ୟବସ୍ଥା ଦ୍ବାରା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ମୂଲ୍ୟାଙ୍କନ କରି ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ।’

ଏଥିସହିତ ଯୁକ୍ତ ୩ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ୨୫ ପ୍ରତିଶତ ସିଲାବସ୍‌ ଛାତ୍ରଛାତ୍ରୀମାନେ ୟୁଜିସି ସର୍ତ୍ତାବଳୀ ଅନୁସାରେ ନିଜେ ଅଧ୍ୟୟନ କରିବେ ବୋଲି ମଧ୍ୟ କୁହାଯାଇଛି । ଏହାଛଡ଼ା ପିଲାମାନଙ୍କ ମନରେ ଯଦି କିଛି ଦ୍ବନ୍ଦ୍ବ ଥାଏ ତେବେ ତାହାକୁ ଅଧ୍ୟାପକମାନେ ଟିଉଟରିଆଲ୍‌ କ୍ଲାସ୍‌ରେ ଦୂର କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକରେ ଶିଶୁରୋଗ ବିଶେଷଜ୍ଞଙ୍କୁ କରୋନା

Tue May 26 , 2020
ବାସ୍ତବ ବ୍ୟୁରୋ : କଟକ ଜିଲ୍ଲା ପ୍ରଶାସନଙ୍କ ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ କଟକରେ ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଡାକ୍ତର ଜଣକ କଟକ ସ୍ଥିତ ସିଟି ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ କଟକର ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । କିଛି ଦିନ ହେବ ଶିଶୁରୋଗ ବିଭାଗର ଡାକ୍ତର ଜ୍ୱରରେ ପୀଡ଼ିତ ଥିଲେ । […]

You May Like

Pin It on Pinterest