କଟକରେ ଶିଶୁରୋଗ ବିଶେଷଜ୍ଞଙ୍କୁ କରୋନା

ବାସ୍ତବ ବ୍ୟୁରୋ : କଟକ ଜିଲ୍ଲା ପ୍ରଶାସନଙ୍କ ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ କଟକରେ ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଡାକ୍ତର ଜଣକ କଟକ ସ୍ଥିତ ସିଟି ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ କଟକର ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । କିଛି ଦିନ ହେବ ଶିଶୁରୋଗ ବିଭାଗର ଡାକ୍ତର ଜ୍ୱରରେ ପୀଡ଼ିତ ଥିଲେ । ସନ୍ଦେହ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପଠାଯାଇଥିଲା । ଏବେ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସଂପୃକ୍ତ ଡାକ୍ତରଙ୍କ ସଂପର୍କରେ ଆସିଥିବା ମେଡିକାଲର ଅନ୍ୟ ୧୬ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed May 27 , 2020
୧- ରାଜ୍ୟରେ ୭୬ ନୂଆ କରୋନା ପଜିଟିଭ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ଟି ସକ୍ରିୟ, ୭୩୩ ଜଣ ସୁସ୍ଥ ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି । ୨-ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ୩-ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ।ଚୀନ ସେନାକୁ ଜିନ୍‌ପିଙ୍ଗଙ୍କ ନିର୍ଦେଶ ; […]

You May Like

Pin It on Pinterest