୧- ରାଜ୍ୟରେ ୭୬ ନୂଆ କରୋନା ପଜିଟିଭ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ଟି ସକ୍ରିୟ, ୭୩୩ ଜଣ ସୁସ୍ଥ ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି ।
୨-ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ।
୩-ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ।ଚୀନ ସେନାକୁ ଜିନ୍ପିଙ୍ଗଙ୍କ ନିର୍ଦେଶ ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ।
୪-ଜୁନ ପହିଲାରୁ ଆରମ୍ଭ ହେବ +୨ ଖାତାଦେଖା, ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ୍ କରିବାକୁ ଜିଲ୍ଲାପାଳଙ୍କୁ ଚିଠି।

୫-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଆଗାମୀ ୧ ମାସ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।
୬-ଆଠଗଡ଼: କ୍ବାରେଣ୍ଟାଇନ ସେଣ୍ଟରରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ହେବ କରୋନା ପରୀକ୍ଷା।
୭-ଦୀର୍ଘ ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ନାମଲେଖାଉଥିବା ହେତୁ ୩କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ; ୧୦ କଲେଜରୁ ପ୍ରତ୍ୟାହାର ହେଲା ସ୍ବୀକୃତି।
୮-ଭୁବନେଶ୍ୱର:ବଢ଼ିଲା ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି: ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୪୯ ଓ ଉଚ୍ଚ ପ୍ରାଥମିକ ପାଇଁ ୭୪ ପଇସା ବୃଦ୍ଧି।
୯-ରାୟଗଡ଼ା ଜିଲ୍ଲାକୁ ଛାଡି ରାଜ୍ୟର ୨୯ ଟି ଜିଲ୍ଲା କରୋନା କବଳିତ, ନୂଆ କରି କରୋନା ତାଲିକାରେ ସାମିଲ ହେଲା ସୋନପୁର।
୧୦-କେନ୍ଦ୍ରାପଡ଼ା: ଚାରିବନ୍ଧୁଙ୍କ ଦୁଃସାହସିକ ଯାତ୍ରା,Bikeରେ ଟ୍ରଲି ଯୋଡି ଦିଲ୍ଲୀରୁ ଆସିଲେ କେନ୍ଦ୍ରାପଡ଼ା।୧୭ଶହ କିଲୋମିଟରକୁ ଲାଗିଲା ସାତ ଦିନ।
୧୧-ସୀମାରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ସେନାମୁଖ୍ୟଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ବୈଠକ।
୧୨-ଭୁବନେଶ୍ୱର:ଜଣେ କି ଦୁଇଜଣ ଯାତ୍ରୀଙ୍କୁ ଛାଡିଦେଲେ ଫାଙ୍କା ଫାଙ୍କା ଗଡିଲା ‘ମୋ ବସ୍’।
୧୩-ଖୁବ ଶୀଘ୍ର ତୃତୀୟ ବନ୍ଦେ ଭାରତ ମିଶନ – ୬୦ଟି ଦେଶରୁ ଆସିବେ ୧ଲକ୍ଷ।
୧୪-ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ସୃଷ୍ଟି ହୋଇଛି ଅସ୍ଥିରତା, ଯୋଗାଯୋଗ ଓ ଉପଗ୍ରହ ଉତକ୍ଷେପଣ ହେବ ପ୍ରଭାବିତ, ଆସିପାରେ ସୌରଝଡ !
୧୫-ଫେରିଲେଣି ୩,୨୧, ୮୮୧ ପ୍ରବାସୀ ଓଡ଼ିଆ, ଆସିବେ ଆଉ ୧୩ ଲକ୍ଷ।