ଆଜିର ଖାସ୍ ଖବର

୧-ଆଜି ନୂଆ ୬୭ ଜଣ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଲା । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୧ ହୋଇଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି ।

୨-ମାଟ୍ରିକ ଖାତା ମୂଲ୍ୟାୟନ:ସବୁ ପରୀକ୍ଷକ ଆସୁନାହାନ୍ତି, ଆଜିଠୁ ୨୩ଟି କେନ୍ଦ୍ରରେ ସବୁ ବିଷୟର ହେବ ମୂଲ୍ୟାୟନ।

୩-ଓଡ଼ିଶା ଚାଷୀଙ୍କୁ ଘାରିଲାଣି ପଙ୍ଗପାଳ ଭୟ, ସତର୍କ ରହିବାକୁ ଆଡଭାଇଜାରୀ ଜାରି କଲା OUAT।

୪-ଶୁକ୍ରବାର ଠାରୁ ପୁରୀ ଓ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ କାମ ହେବ ଆରମ୍ଭ , କରୋନା ପାଇଁ ୨ ମାସ ହେଲା ଥିଲା ସ୍ଥଗିତ।

୫-‘ଆରୋଗ୍ୟ ସେତୁ’ ସଂକ୍ରମିତ ଲୋକଙ୍କୁ ଠାବ କରିବାରେ ବିଶ୍ୱର ସର୍ବବୃହତ୍‍ ଆପ୍‍ର ମାନ୍ୟତା ଲାଭ କରିଛି।୪୦ ଦିନ ମଧ୍ୟରେ ୧୧କୋଟି ୪୪ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଛି।

୬-ସ୍ଥାୟୀ ଜମା ସୁଧହାର କମାଇଲା ​‌SBI,ସ୍ଥାୟୀ ଜମା ଉପ​‌ରେ ଗ୍ରାହକ ପୂର୍ବର ୩.୩% ପରିବର୍ତ୍ତେ ୨.୯% ସୁଧହାର ପାଇବେ।

୭-ନୂଆ ଦିଲ୍ଲୀ:ଆଉ ଦୁଇ ସପ୍ତାହ ବଢିପାରେ ଲକ୍ ଡାଉନ୍।ସେପଟେ ମୁମ୍ୱାଇ ଡାକ୍ତରଖାନରେ ମୃତଦେହ ରଖିବାକୁ ଜାଗା ନାହିଁ।

୮-ଭଡ଼ା ବଢିବ ନାହିଁ, କିନ୍ତୁ ଆଜିଠୁ ଘରୋଇ ବସ ଚାଲିବ: ଯାତ୍ରୀ ମାସ୍କ ପିନ୍ଧିବେ ସିଟ୍‌ରେ ବସିବେ।

୯-ଭାରତ-ଚୀନ ସୀମା ବିବାଦ : ମଧ୍ୟସ୍ଥତା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ।

୧୦-କରୋନା ମୁକାବିଲା ନେଇ ପୋଲିସ କମିସନରଙ୍କ ପ୍ରେସମିଟ, ସାମାଜିକ ସୁରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ:କୋଭିଡ୍ ଯୋଦ୍ଧ‌ା‌ଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁୂ

Thu May 28 , 2020
ବାସ୍ତବ ବ୍ୟୁରୋ-ଆଜି ଦିନ ୨ଟା ସମୟରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ନବୀନ କହିଛନ୍ତି ଯେ, କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରୁଥିବା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁୂ । ତାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରି ମେ ୩୦ ସନ୍ଧ୍ୟା ସାଢେ ୫ଟାରେ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ […]

You May Like

Pin It on Pinterest