ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ:କୋଭିଡ୍ ଯୋଦ୍ଧ‌ା‌ଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁୂ

ବାସ୍ତବ ବ୍ୟୁରୋ-ଆଜି ଦିନ ୨ଟା ସମୟରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ନବୀନ କହିଛନ୍ତି ଯେ, କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରୁଥିବା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁୂ । ତାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରି ମେ ୩୦ ସନ୍ଧ୍ୟା ସାଢେ ୫ଟାରେ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ କହିଛନ୍ତି । ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଓଡ଼ିଆମାନେ ଅଛନ୍ତି, ସେହି ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି, କରୋନା ଓଡ଼ିଶାକୁ ଆସିବାର ୨ ମାସରୁ ଅଧିକ ହୋଇଗଲାଣି ଏବଂ ଏବେ ବି ଏହାର ପ୍ରଭାବ ରହିଛି । ଏହି ସମୟରେ ପ୍ରତି ଟି ଜୀବନ ଆମ ପାଇଁ ମୂଲ୍ୟବାନ । ତେବେ କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପ ସବୁଆଡେ ପ୍ରଶଂସନୀୟ । ଓଡ଼ିଶା ଏବେ ସାରା ବିଶ୍ୱରେ ଉଦାହରଣ ପାଲଟିଛି । ଆମ ରାଜ୍ୟରେ କରୋନ ମୃତ୍ୟୁହାର ସବୁଠାରୁ କମ୍ ରହିଛି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା । ଏହା ହେଉଛି ଗତ ଦୁଇମାସ ଧରି କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରିଥିବା ଆମର ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ର ଫଳ । ଏହି କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହିତ କରିବ କରିବା ପାଇଁ ମେ ୩୦ ସନ୍ଧ୍ୟା ସାଢେ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ କହିଛନ୍ତି । ଏହି ଉଦ୍ୟମ ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ । ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ । “ଏ ବିଶ୍ବାସ ମୋର ଅଛି” ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri May 29 , 2020
୧-ନୂଆ ୬୩ ଜଣ କୋରୋନା ପଜିଟିଭ ଚିହ୍ନଟ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଲା । ୨-ଟ୍ବିନ ସିଟି ସାବଧାନ ! ଲକ୍‌ଡାଉନ୍‌ ନିୟମ ଖିଲାପ କଲେ ଆଉ ମିଳିବନି ନିସ୍ତାର, ଅମାନିଆଙ୍କୁ ନଜର ରଖିବ ଡ୍ରୋନ। ୩-କୋଭିଡ୍‌-୧୯ ଚିନ୍ତା : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା। ୪-କେନ୍ଦ୍ର- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଘରକୁ ଯାଉଥିବା ପ୍ରବାସୀ […]

You May Like

Pin It on Pinterest