୧-ଅନଲକ୍-୧ : ଜୁନ୍ ୩୦ ଯାଏ ବଢ଼ିଲା ଲକ୍ଡାଉନ୍, ୮ରୁ ଖୋଲିବ ଧାର୍ମିକସ୍ଥଳ, ହୋଟେଲ୍ ଓ ସପିଂମଲ। ଜୁଲାଇ ପହିଲା ଯାଏଁ ଖୋଲିବନି ଜିମ୍, ସିନେମା ହଲ ଏବଂ ସ୍କୁଲ।ରାତି ୯ରୁ ସକାଳ ୫ଯାଏଁ କଟକଣା।
୨-ବନ୍ଦେ ଉତ୍କଳ ଜନନୀ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା।
୩-ବସରେ ଯାଉନାହାଁନ୍ତି ଯାତ୍ରୀ, ବନ୍ଦ ହୋଇପାରେ ବସ ଚଳାଚଳ ! ପରିବହନ ମନ୍ତ୍ରୀଙ୍କୁ ଭେଟିଲା ବସ ମାଲିକ ସଂଘ।
୪-ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଏକାଠି ହେଲେ କିଟ୍, କିସ୍ ଓ କିମ୍ସର ପଦାଧିକାରୀ ଓ କର୍ମଚାରୀ, ଗାନ କଲେ ଓଡିଶାର ଆଦ୍ୟ ସଙ୍ଗୀତ: ‘ବନ୍ଦେ ଉତ୍କଳ ଜନନୀ….’।
୫-ଜୁନ ପହିଲାରୁ ୩୪ କେନ୍ଦ୍ରରେ ଦେଖା ହେବ +୨ ଖାତା ।
୬-ଓଜେଇଇ ପଞ୍ଜିକରଣ ଅବଧି ଆଉ ୧୫ଦିନ ବୃଦ୍ଧି।

୭-ଭୁବନେଶ୍ୱର:୨୦ ଲକ୍ଷ କୃଷକ ପାଇବେ ୯୦୦୦ କୋଟି ଟଙ୍କାର ଖରିଫ୍ ଫସଲ ଋଣ।
୮-ନ୍ୟୁୟର୍କ:କୁକୁଡ଼ା ଫାର୍ମରୁ ବାହାରିବ କରୋନାଠାରୁ ଅଧିକ ଶକ୍ତିଶାଳୀ ଭୂତାଣୁ; ଅଧା ବିଶ୍ଵ ହୋଇପାରେ ପ୍ରଭାବିତ-ବୈଜ୍ଞାନିକ ଡ଼.ମାଇକେଲ ଗ୍ରେଗର।
୯-ବଦଳିଲେ ୨ SP :ବାଲେଶ୍ବର ଏସ୍ପି ବି.ଯୁଗଳ କିଶୋରଙ୍କୁ କଟକ ଏସ୍ପି ,କ୍ରାଇମ୍ ବ୍ରାଞ୍ଚ ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ବର ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି।
୧୦-ଲକ୍ଷ୍ନୈା: ସରକାରୀ ସ୍କୁଲ୍ ପିଲା ଅଭିଭାବକଙ୍କ ଖାତାକୁ ଯିବ ୭୮୦ କୋଟି ଟଙ୍କା, ଯୋଗୀ ସରକାର କଲେ ଏମିତି ଘୋଷଣା।
୧୧-ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମା ମନୋନୀତ,ଅର୍ଜୁନ ପୁରସ୍କାର ପାଇଁ ଶିଖର ଧୱନ, ଇଶାନ୍ତ ଶର୍ମା ଓ ଦୀପ୍ତି ଶର୍ମା ମନୋନୀତ
୧୨-ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ତିନି ରଥର ସମସ୍ତ ଚକ ଅଖ ଡେରା କାମ।
୧୩-ଆଗାମୀ କିଛି ଦିନ ରାଜ୍ୟରେ କାଳବୈଶାଖୀ ଆଶଙ୍କା, ବଜ୍ରପାତକୁ ଭୟ।