ବାସ୍ତବ ବ୍ୟୁରୋ : ଆଗାମୀ ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି ।
ସେହିପରି ଭାରତୀୟ ପାଣିପାଗ ବିଭାଗ ଦେଶର ଅନ୍ୟ ରାଜ୍ୟ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି । ଆସନ୍ତା ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଗୋଆ, ଦକ୍ଷିଣ ଗୁଜୁରାଟ, କେରଳ, ପଶ୍ଚିମ ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିଦର୍ଭ, ପଶ୍ଚିମବଙ୍ଗ, ସିକିମ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଭଳି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି ।

ସେହିଭଳି ପଞ୍ଜାବ ଉତ୍ତର ହରିୟାଣା, କର୍ଣ୍ଣାଟକ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶ ରେ ଆଗାମୀ ୨ଦିନ ପର୍ଯ୍ୟନ୍ତ ବର୍ଷା, ବଜ୍ରପାତ ଏବଂ କାଳବୈଶାଖୀ ର ବିପଦ ଥିବାବେଳେ ତେଲେଙ୍ଗାନା, ବିଦର୍ଭ, ସିକିମ୍, ଓଡ଼ିଶା, ବିହାର, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ପୁଡୁଚେରୀ, ତାମିଲନାଡୁ, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳପ୍ରଦେଶ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଭଳି ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି ।




