ବାସ୍ତବ ବ୍ୟୁରୋ : ଆଜି କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ସୂଚନା ଦେଇ କହିଛନ୍ତି କି,ପଙ୍ଗପାଳ ଓଡିଶା ଠାରୁ ୫୦୦କିମି ଦୂରରେ ଅଛନ୍ତି । ସୂଚନା ଅନୁଯାୟୀ,ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ନେଇ । ଓଡିଶା ଆସିବାର ସମ୍ଭାବନା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ଚାଲିଛି ମକ୍ ଡ୍ରିଲ ।

ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି । ସରକାରୀ ସ୍ତରରେ ରାଜ୍ୟ କୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜିଲ୍ଲା ସ୍ତରରେ ଏକ କମିଟି ଗଠନ ପାଇଁ ଯୋଜନା କରାଯାଇଛି ବୋଲି ଅଗ୍ନିଶମ ଆଇଜି କହିଛନ୍ତି । ପ୍ରତି ବ୍ଲକରେ ଥିବା ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟରେ ରଖାଯାଇଛି । ବଡ ବଡ ଗଛରେ ଏକବିଶେଷ ଧରଣର ରସାୟନ ସ୍ପ୍ରେ କରାଯିବ ପାଇଁ ଯୋଜନା କରିଛି ଅଗ୍ନିଶମ ବିଭାଗ । ପଙ୍ଗପାଳ ଏହି ସ୍ପେ ସଂସ୍ପର୍ଶରେ ଆସିରେ ଗତିପଥ ବଦଳାଇବାକୁ ବାଧ୍ୟ ହେବ ।
