୧-ଦିଲ୍ଲୀରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ୭ଦିନିଆ ହୋମ୍ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ ।
୨-ନୂଆଦିଲ୍ଲୀ:ବଦଳିଲା ୬୫ ବର୍ଷର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ :ଆଳୁ,ପିଆଜଓ ଡାଲି ଏସମାରୁ ବାଦ୍।
୩-ବାତ୍ୟା ଅମ୍ଫନ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ୫ ଜଣିଆ କେନ୍ଦ୍ରୀୟ ଟିମ୍।
୪-ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ।
୫-୨୫୦୦ରୁ ଅଧିକ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି: ଉଦବେଗ ପ୍ରକାଶ କଲା ଓଷ୍ଟା।
୬-କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ : ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ।
୭-ଡ. ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଅତିରିକ୍ତ ଡ଼ିଜି ନିଯୁକ୍ତ।
୮-ଖଣ୍ଡଗିରି: ପଡୋଶୀ ମହିଳାଙ୍କ ବର୍ବର କାଣ୍ଡ,ଶିଶୁର ତଣ୍ଟି ଚିପି ହତ୍ୟା।
୯-ଅର୍ଜୁନ ପୁରସ୍କାର ଦୌଡ଼ରେ ଦେଶର ଦ୍ରୁତତମ ଧାବିକା ଦୂୂତି ଚାନ୍ଦଙ୍କ ନାମ ସୁପାରିସ।
୧୦-୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ।
୧୧-ଓଡିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ, ମାର୍ଚ୍ଚ ୧୬ରୁ ଜୁନ୍ ୧୩ର ମିଳିବ ଟଙ୍କା।ପ୍ରାଥମିକ ଶ୍ରେଣୀ ପାଇଁ ଜଣକ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଜଣକ ପିଛା ୭୧୭ ଟଙ୍କା ଦେବାକୁ ନିର୍ଦ୍ଦେଶ ।
୧୨-ଭାରତ ଚାପରେ ନଇଁଲା ଚୀନ,ଏଲଏସିରେ ୨ କିମି ପଛକୁ ହଟିଲା।
୧୩-ରାଜ୍ୟ ପାଇଁ ଖୁସି ଖବର, ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଅନ୍ୟପଟେ ୩୦ ଜିଲ୍ଲାକୁ ଛୁଇଁଲା କରୋନା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ।




