୫ଟି କଥା ମାନିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବାସ୍ତବ ବ୍ୟୁରୋ-ଆଜି ରାତି ୮:୩୦ ରେ କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, କରୋନା ଭାଇରସ୍‌ ବିରୋଧରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଦ୍ଧରେ ଚଳିତ ଜୁନ୍‌ ମାସ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ, ଏହି ମାସରେ ରାଜ୍ୟରେ ମୌସୁମୀ ପହଞ୍ଚିବା ସହ ଅଧିକ ଲୋକ ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତେଣୁ, ଏହି ପରିପ୍ରେକ୍ଷୀରେ ନିଜକୁ କରୋନା ଠାରୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କହିଛନ୍ତି ୫ଟି କଥା । ଏହି ୫ଟି କଥା ମାନିବାକୁ ରାଜ୍ୟବାସୀଙ୍କୁ ସେ ଅନୁରୋଧ କରିଛନ୍ତି ।

୧) ଘରେ ରୁହନ୍ତୁ। ଅତ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ବାହରନ୍ତୁ ନାହିଁ । ) ବଜାର, ଘାଟ, ଅଫିସ୍‌ରେ ଥିବାବେଳେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। କାରଣ, ଆପଣଙ୍କ ଅଜାଣତରେ କେହି କରୋନା ସଂକ୍ରମିତ ଆପଣଙ୍କ ନିକଟରେ ଥାଇପାରନ୍ତି । ) ବାହାରୁ ଘରକୁ ଫେରିଲେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ନିଜ ହାତକୁ ଭଲଭାବେ ସାବୁନରେ ଧୁଅନ୍ତୁ । ୪) ଆଉ ଯେତେବେଳେ ବି ବାହାରକୁ ବାହାରୁଛନ୍ତି ମାସ୍କ ପିନ୍ଧନ୍ତୁ। ଏହାଦ୍ୱାରା ସଂକ୍ରମଣ ୯୦ ପ୍ରତିଶତ କମିଯିବ । ୫) ପରିବାରରେ ଥିବା ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ୧୦ ବର୍ଷ ବୟସରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ କେବେବି ବାହାରକୁ ଛାଡ଼ନ୍ତୁ ନାହିଁ ।

ଆମ ପାଇଁ ଆଗାମୀ ୨୫ ଦିନ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣସ୍ତର ଜୁନ୍ ମାସରେ ଅଧିକ ବଢ଼ିପାରେ ବୋଲି ବରିଷ୍ଠ ବୈଜ୍ଞାନିକଙ୍କ ଠାରୁ ଡାକ୍ତର ବିଶେଷଜ୍ଞମାନେ ମତ ପ୍ରକାଶ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ଜୁନ ମାସ କରୋନା ଳଢ଼େଇ ଦୃଷ୍ଟିରୁ ଆମ ପାଇଁ ନିର୍ଣ୍ଣାୟକ ହେବ । ଗତ ୧୫ ଦିନ ତଳେ ଦେଶରେ ଦିନକୁ ୩୦୦୦ ଲୋକ କରୋନା ଭାଇରସରେ ସଂକ୍ରମିତ ହେଉଥିଲେ । ଆଜିର ଦିନରେ ଦିନକୁ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ ଆମ ପାଇଁ ଏହା ବଡ଼ ଆହ୍ଵାନ ସୃଷ୍ଟି କରିଛି । କରୋନା ସହ ଲ‌ଢ଼େଇ ଏକ ଲମ୍ବା ଲଢ଼େଇ। ଏହାକୁ ଜିତିବାକୁ ହେଲେ ଲକଡାଉନ୍ ଓ ସଟଡାଉନ୍ ନିୟମ ମାନି ରହିବାକୁ ପଡ଼ିବ। ଏହାଦ୍ବାରା ଆମେ ନିଜକୁ ବଞ୍ଚାଇବା ସହ ଆମ ପରିବାରକୁ ମଧ୍ୟ ବଞ୍ଚାଇ ପାରିବା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jun 5 , 2020
୧-କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ମୃଦୁ ଭୂକମ୍ପନ ଅନୁଭୂତ । ୨-ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆଜି। ପୂର୍ବାହ୍ନ ୧୧ଟାରେ ହାତୀ ବେଶ । ୩-ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ସହିଦ । ୪-ଆପଣ ବାହାରକୁ ନ ବାହାରିଲେ, କରୋନା ଆପଣଙ୍କ ଘରକୁ ଯିବ ନାହିଁ : ମୁଖ୍ୟମନ୍ତ୍ରୀ ୫-ଆଜି ବିଶ୍ବ ପରିବେଶ ଦିବସ: ପଲିଥିନ୍ କଟକଣା ପାଲଟିଛି ପ୍ରହସନ।ଏ […]

You May Like

Pin It on Pinterest