ଆଜିର ଖାସ୍ ଖବର

୧-କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ମୃଦୁ ଭୂକମ୍ପନ ଅନୁଭୂତ ।

୨-ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆଜି। ପୂର୍ବାହ୍ନ ୧୧ଟାରେ ହାତୀ ବେଶ ।

୩-ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ସହିଦ ।

୪-ଆପଣ ବାହାରକୁ ନ ବାହାରିଲେ, କରୋନା ଆପଣଙ୍କ ଘରକୁ ଯିବ ନାହିଁ : ମୁଖ୍ୟମନ୍ତ୍ରୀ

୫-ଆଜି ବିଶ୍ବ ପରିବେଶ ଦିବସ: ପଲିଥିନ୍ କଟକଣା ପାଲଟିଛି ପ୍ରହସନ।ଏ ବର୍ଷ ୧୫କୋଟି ବୃକ୍ଷ ରୋପଣ ଲକ୍ଷ୍ୟ।

୬-ଆଜିଠାରୁ ୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ।

୭-କିମ୍ସ କୋଭିଡ ହସପିଟାଲରେ କରୋନ ଆକ୍ରାନ୍ତ ମହିଳାଙ୍କ ଠାରୁ ଜନ୍ମ ନେଲା ଶିଶୁପୁତ୍ର, ବିପଦପୂର୍ଣ୍ଣ ସ୍ଥିତିରେ ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର।

୮-କଟକ:MBBS ପରୀକ୍ଷା ସ୍ଥଗିତ। କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

୯-ଆସନ୍ତା ୧୦ରୁ ୧୨ ତାରିଖ ବେଳକୁ ଓଡ଼ିଶା ଛୁଇଁପାରେ ମୈ।ସୁମୀ ।

୧୦-ଅମ୍ଫନ୍ ପ୍ରଭାବ: ଓଡ଼ିଶାରେ ଆଳୁ ୩୦ ଛୁଇଁଲା। ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସୁନି, ଆହୁରି ବଢ଼ିପାରେ ଦର।

୧୧-ସଟ୍‌ଡାଉନ୍‌ରେ ସକାଳ ୫ରୁ ୮ ଯାଏ ଖବରକାଗଜ ବିକ୍ରେତା କଟକଣାମୁକ୍ତ,ସଂଶୋଧିତ ମାର୍ଗଦର୍ଶିକା ଜାରି କଲେ ସରକାର।

୧୨-ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର, ଲାଞ୍ଚ ନେବା ଅଭିଯୋଗରେ ଗିରଫ।

୧୩-ପୃଥିବୀ କକ୍ଷ ଦିଗକୁ ମାଡ଼ି ଆସୁଛି ଅଧ ଡ଼ଜନେ ଉଲକା ପିଣ୍ଡ; ଗୋଟିକର ଆକାର ଏମ୍ପାୟାର ଷ୍ଟେଟ ବିଲଡ଼ିଂଠାରୁ ବିଶାଳ।

୧୪-ୱାଶିଂଟନ୍‌:କୃଷ୍ଣକାୟଙ୍କ ବିକ୍ଷୋଭକୁ ଓବାମାଙ୍କ ସମର୍ଥନ,ପରିବର୍ତ୍ତନ ପାଇଁ ମତଦାନ କରନ୍ତୁ ଯୁବଶକ୍ତି।

୧୫-ଜୟନାରାୟଣ ପଙ୍କଜ ନୂତନ ଉତ୍ତରାଞ୍ଚଳ ପୁଲିସ ଡିଆଇଜି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କମିସନ‌ରେଟ୍‌ ପୁଲିସ ତରଫରୁ ସଟ୍‌ଡାଉନ୍‌ ପାଇଁ ନୂଆ ଗାଇଡ଼ଲାଇନ

Fri Jun 5 , 2020
ବାସ୍ତବ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି କରିଥିବା ଦୁଇ ଦିନିଆ ସଟଡାଉନ କଟକଣା ପାଇଁ ଆଜି କମିସନ‌ରେଟ୍‌ ପୁଲିସ କଟକ-ଭୁବନେଶ୍ୱର ପାଇଁ ଆଜି ଗାଇଡ଼ଲାଇନ ଜାରି କରିଛି । କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ, ଟେଲିକମ୍ କର୍ମଚାରୀ ଆଇଡି କାର୍ଡ ବ୍ୟବହାର କରି ଯାତାୟାତ କରି ପାରିବେ ,ଗଣମାଧ୍ୟମ କର୍ମଚାରୀ ଯାତାୟାତ ପାଇଁ […]

You May Like

Pin It on Pinterest