ବାସ୍ତବ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି କରିଥିବା ଦୁଇ ଦିନିଆ ସଟଡାଉନ କଟକଣା ପାଇଁ ଆଜି କମିସନରେଟ୍ ପୁଲିସ କଟକ-ଭୁବନେଶ୍ୱର ପାଇଁ ଆଜି ଗାଇଡ଼ଲାଇନ ଜାରି କରିଛି । କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଆଇଡି କାର୍ଡ ଜରୁରୀ, ଟେଲିକମ୍ କର୍ମଚାରୀ ଆଇଡି କାର୍ଡ ବ୍ୟବହାର କରି ଯାତାୟାତ କରି ପାରିବେ ,ଗଣମାଧ୍ୟମ କର୍ମଚାରୀ ଯାତାୟାତ ପାଇଁ ଆଇଡି କାର୍ଡ ବ୍ୟବହାର କରିବା ଜରୁରୀ ଏବଂ ପରିବହନ ଗାଡି ପାଇଁ କୌଣସି ପାସର ଆବଶ୍ୟକତା ନାହିଁ ।

ଏହା ସହ ବାହାଘର କିମ୍ବା ଶେଷକୃତ୍ୟ ପାଇଁ ଯିବାକୁ ହେଲେ, ସ୍ଥାନୀୟ ଥାନାରୁ ସ୍ବୀକୃତି ଆଣିବାକୁ ପଡ଼ିବ । ଏହି ସ୍ବୀକୃତି ବଳରେ କର୍ଫ୍ୟୁ କିମ୍ବା ସଟ୍ଡାଉନ୍ ସମୟରେ ଯାଇପାରିବେ । ବାହାଘରରେ ସର୍ବାଧିକ ୫୦ ଲୋକ ଯୋଗ ଦେଇପାରିବେ। ଶେଷକୃତ୍ୟରେ ସର୍ବାଧିକ ୨୦ଲୋକ ଯୋଗ ଦେଇପାରିବେ । ଶେଷକୃତ୍ୟରେ ସର୍ବାଧିକ ୨୦ଲୋକ ଯୋଗ ଦେଇପାରିବେ। କେଉଁ କେଉଁ ଲୋକ ଯିବେ, କେଉଁ ଗାଡ଼ି ବ୍ୟବହାର ହେବ, ସେ ନେଇ ଲିଖିତ ଭାବେ ଜଣାଇବା ପରେ ସ୍ବୀକୃତି ମିଳିବ । ବିନା ସ୍ବୀକୃତିରେ ଚଳପ୍ରଚଳ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି ।
କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ ଭୁବନେଶ୍ବରର ୪୩ଟି ଜାଗାରେ ନାକାବନ୍ଦୀ କରିବା ସହ କୌଣସି ପ୍ରକାରର ବିନା ପାସଧାରି ବ୍ୟକ୍ତି ବା ଯାନବାହନକୁ ନ ଛାଡ଼ିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଦୁଇ ଦିନ ଜରୁରୀକାଳୀନ ସେବା ଛଡ଼ା ଅନଧିକୃତ ଭାବରେ ବାହାରକୁ ନ ବାହାରିବା ପାଇଁ କମିସନରେଟ୍ ପୁଲିସ ପରାମର୍ଶ ଦେଇଛନ୍ତି ।
