କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ…

ବାସ୍ତବ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ପୀୟୁଷ ଗୋୟଲ । ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ତାଙ୍କ ଫଟୋ ଟୁଇଟ କରି ଲେଖିଛନ୍ତି ଯେ, “ମୋର ସମ୍ମାନିତ ମା’ , ଯିଏ ମୋତେ ସର୍ବଦା ନିଜ ସ୍ନେହ ଏବଂ ପ୍ରେମ ସହିତ ବାଟ ଦେଖାଉଥିଲେ, ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ସେ ନିଜ ଜୀବନକୁ ଅନ୍ୟର ସେବା କରିବାରେ ବିତାଇଥିଲେ ଏବଂ ଆମକୁ ଅନ୍ୟର ସେବା କରିବାକୁ ମଧ୍ୟ ପ୍ରେରଣା ଦେଇଥିଲେ । ଭଗବାନ ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ । ଓମ୍ ଶାନ୍ତି”

ପୀୟୁଷ ଗୋୟଲଙ୍କ ଏହି ଟୁଇଟ ପରେ ତାଙ୍କ ସହକର୍ମୀଙ୍କ ସମେତ ଅନେକ ବଡ ବଡ ନେତା ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭାସ ଟୁଇଟ୍ କରି କହିଛନ୍ତି, ଉତ୍ସର୍ଗୀକୃତ ସାମାଜିକ-ରାଜନୈତିକ ନେତ୍ରୀ, ପୂର୍ବ ବିଧାୟକ, ସ୍ୱର୍ଗତ ବେଦ ପ୍ରକାଶଜୀଙ୍କ ପତ୍ନୀ ଚନ୍ଦ୍ରକାନ୍ତାଜୀଙ୍କ ଆଜି ଦେହାନ୍ତ ହୋଇଛି । ଆମେ ତାଙ୍କୁ ସବୁଦିନ ପାଇଁ ମନେ ପକାଇବୁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ୍ କରି କହିଛନ୍ତି ଯେ, ମୋର ଘନିଷ୍ଠ ବନ୍ଧୁ ପୀୟୁଷ ଗୋୟଲଙ୍କ ମାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ।

ସେହିଭଳି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି କହିଛନ୍ତି ଯେ, “ସମବେଦନା @ପୀୟୁଷଗୋୟଲ ଭାଇ.. ଚନ୍ଦ୍ରକାନ୍ତାଜୀଙ୍କ ସହ ମୁମ୍ବାଇରେ କାମ କରିବାର ସୌଭାଗ୍ୟ ଲାଭ କରିଥିଲି। ସବୁବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବାରେ ସେ ଆଗରେ ରହୁଥିଲେ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୮ ଜୁନ ବେଳକୁ ବଙ୍ଗୋପସାଗର ରେ ଲଘୁଚାପ ଓ ୧୦ରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା

Sat Jun 6 , 2020
ବାସ୍ତବ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୮ ଜୁନ ବେଳକୁ ବଙ୍ଗୋପସାଗର ରେ ଲଘୁଚାପ ପ୍ରବାବରେ ଓଡିଶା ର ଗଂଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର ସୁଦ୍ଧା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ପୁଡ଼ୁଚେରୀରେ ପହଞ୍ଚିଛି । ଆଗାମୀ ଦୁଇଦିନରେ ଏହା ଆନ୍ଧ୍ରପ୍ରଦେଶ ଓ ୧୦ ତାରିଖ ବେଳକୁ ଓଡ଼ିଶା […]

You May Like

Pin It on Pinterest