
ବାସ୍ତବ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୮ ଜୁନ ବେଳକୁ ବଙ୍ଗୋପସାଗର ରେ ଲଘୁଚାପ ପ୍ରବାବରେ ଓଡିଶା ର ଗଂଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର ସୁଦ୍ଧା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ପୁଡ଼ୁଚେରୀରେ ପହଞ୍ଚିଛି । ଆଗାମୀ ଦୁଇଦିନରେ ଏହା ଆନ୍ଧ୍ରପ୍ରଦେଶ ଓ ୧୦ ତାରିଖ ବେଳକୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଏବେ କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
21&marketplace=amazon®ion=IN&placement=B088HKDYXY&asins=B088HKDYXY&linkId=2bcad7045c32fc8901300f2d783010f2&show_border=false&link_opens_in_new_window=false&price_color=333333&title_color=0066c0&bg_color=ffffff”>ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଶନିବାରସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଆଗକୁ ବଢି ଦକ୍ଷିଣ ଓ ଅନ୍ତରୀଣ କର୍ଣାଟକ, ପୁଡୁଚେରୀ, କାରାଇକେନାଲ, ତାମିଲନାଡ଼ୁର କିଛି ଅଂଶ, କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପରବର୍ତ୍ତି ଦୁଇଦିନରେ ଏହା ଆନ୍ଧ୍ର ପ୍ରଦେଶ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଆଗାମୀ ୨-୩ ଦିନ ରେ ଏହା ସଂପୂର୍ଣ୍ଣ କର୍ଣ୍ଣାଟକ, ସଂପୂର୍ଣ୍ଣ ତାମିଲନାଡୁ, ଦକ୍ଷିଣ ଓ ଉପକୂଳ ଆନ୍ଧ୍ରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ ଏହିପରି ଭାବେ ଅଗ୍ରଗତି ଜାରି ରଖିଲେ ଆସନ୍ତା ୧୦ ତାରିଖ ସୁଦ୍ଧା ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ରହିଛି । ୮ ତାରିଖ ବେଳକୁ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପାଇଁ ସ୍ଥିତି ଅନୁକୂଳ ରହିଛି ।




