୧- ଆଜି ରାଜ୍ୟରେ ୭୫ଜଣ କରୋନା ପଜିଟିଭ୍ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୨୯ରେ ପହଞ୍ଚିଥିବା ବେଳେ ୧୭୭୬ ଜଣ ସୁସ୍ଥ ଏବଂ ୯ ଜଣଙ୍କର ମୃତ୍ୟୁ ହେଇଛି।
୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬୬୨୮, ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯,୯୭୧ ।
୩-ପୁଣି ସଟ୍ଡାଉନ୍ରେ ନିରବି ଗଲା ୧୧ଟି ଜିଲ୍ଲା, ପୋଲିସ୍ ଜଗିଛି ସବୁ ଛକରେ ଆଉ ଲୋକେ ଘର ଭିତରେ।
୪-କୋଭିଡ ଆଣିଲା ସଂକଟ, ରାଜ୍ୟରେ ରାଜସ୍ବ ସଂଗ୍ରହ ବାଧାପ୍ରାପ୍ତ।
୫-ଅଲାରନାଥରେ ୧୪୪ ଧାରା: ସୀମିତ ସେବାୟତରେ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କୁ ଅଣସର ବି ଦର୍ଶନ ମନା।
୬-ତାତିକୁ ବଳିଗଲାଣି କରୋନା ପ୍ରକୋପ,ଆଗକୁ ସ୍ଥିତି ସାଙ୍ଘାତିକ:WHO

୭-ପ୍ରବାସରୁ ଫେରିଥିବା ଲୋକେ ୧୦୪ରୁ କଲ ଗଲେ ଉଠାନ୍ତୁ, ନଉଠାଇଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ:ସ୍ବାସ୍ଥ୍ୟ ବିଭାଗ।
୮-୪୮ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ : ୧୦ରୁ ପ୍ରବଳ ବର୍ଷା ସମ୍ଭାବନା।
୯-କଳାହାଣ୍ଡି:୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥୂଆମୂଳ ରାମପୁର ଥାନା ASI।
୧୦-କ୍ରୀଡା ଓ କ୍ରୀଡ଼ାବିତ୍ଙ୍କ ପାଇଁ , କିଟ୍ ଓ କିସ୍ ସବୁବେଳେ ରହିଛି : ପ୍ରଫେସର ଅଚ୍ୟୁତ ସାମନ୍ତ ।

୧୧-ଚୀନ୍କୁ ସାବାଡ୍ କରିବା ପାଇଁ ଯୋଜନା ଆରମ୍ଭ, ଏକାଠି ହେଲେ ଆମେରିକା ସହ ଅନ୍ୟ ୭ ଦେଶ ।
୧୨-ବସ୍ ଯାତ୍ରୀମାନଙ୍କ ପାଇଁ ଖୁସିଖବର, ସୋମବାର ଠାରୁ ଗଡିବ OSRTC ବସ୍ ।
୧୩-ଜୁନ୍ ଶେଷ ସପ୍ତାହରେ ହେବ ବି.ଟେକ୍ ପରୀକ୍ଷା। ଅଫଲାଇନ୍ ହେବ ପରୀକ୍ଷା, ଜୁଲାଇ ୧୫ସୁଦ୍ଧା ଫଳାଫଳ।
୧୪-ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ପର୍ଯ୍ୟଟନ ବିଭାଗ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ ।